ଭୁବନେଶ୍ୱର: ଝାରସୁଗୁଡାରେ ଲୋମହର୍ଷଣକାରୀ ଘଟଣା ଘଟି ଯାଇଛି । କୋଇଲା ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଦମ୍ପତି । ଆଜି ଝାରସୁଗୁଡା ଜିଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ନିଆଁରେ ପୋଡି ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶଙ୍କ ମୃତ୍ୟୁ ହୋଇଛି ।
ଗୀତା ଆଜି ସକାଳେ ଗୀତା କୋଇଲା ଚୁଲାରେ ନିଆଁ ଧରାଇବା ପରେ ଘର ଭିତରକୁ ନେଉଥିଲେ । ଅସାବଧାନତାରୁ ନିଆଁ ତାଙ୍କ ଲୁଗାରେ ଲାଗିଯାଇଥିଲା । ଲୁଗା ହୁତୁହୁତୁ ହୋଇ ଜଳି ଉଠିଥିଲା । ଗୀତାଙ୍କ ଚିକ୍ରାର ଶୁଣି ଗିରିବର ସେଠାରେ ପହଞ୍ଚି ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ସେ ମଧ୍ୟ ନିଆଁରେ ଜଳି ଯାଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ଘରେ ଆଉ କେହି ନ ଥିଲେ । ପୁଅ ଘରକୁ ଫେରି ଉଭୟଙ୍କୁ ପୋଡି ହୋଇ ମରି ପଡିଥିବା ଦେଖିଥିଲା ଓ ସାହି ପଡିଶାଙ୍କୁ ଡାକିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।