ଓଡିଶା

ବିଧାୟକଙ୍କ ଆରୋଗ୍ୟ କାମନା କରି ସମୁହ ଦୀପଦାନ

(ଜୟନ୍ତ କୁମାର ସେଠୀ/ପିପିଲି): ପୁରୀ ଜିଲ୍ଲା ପିପିଲି-ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥୀଙ୍କ ଆଶୁ ଆରୋଗ୍ୟ କାମନା କରି ତେଇଶିପୁର ଠାରେ ଥିବା ମା’ ବିନ୍ଧ୍ୟବାସିନୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମହାରଥୀଙ୍କୁ କରୋନା ପଜିଟିଭ ଚିହ୍ନଟ ହେବା ସହ ତାଙ୍କର ଧର୍ମପତ୍ନୀ ଓ ପୁଅ ମଧ୍ୟ ପଜିଟିଭ ହୋଇଥିବା ଜଣାପଡିଛି । ଏହା ଜାଣିବା ପରେ ମହାରଥୀଙ୍କୁ ଭଲ ପାଉଥିବା ଓ ତାଙ୍କ ରାଜନୈତିକ ପରିବାରର ସଦସ୍ୟ ମାନେ ଏକାଠି ହୋଇ ବିଧାୟକ ଓ ତାଙ୍କ ପରିବାର ଶିଘ୍ର ସୁସ୍ଥ ହେବା ପାଇଁ ଠାକୁରଙ୍କ ପାଖରେ ଦୀପଦାନ କରିଛନ୍ତି । ଏହି କାର୍ୟ୍ୟ କ୍ରମରେ ପିପିଲି ବ୍ଳକର ଅତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ଫଗୁ ଭୂଷଣ ପରିଡା, ମହିଳା ସଭାନେତ୍ରୀ ଉମାମଣୀ ରଥ, ଶାନ୍ତିଲତା ପରିଡା, ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Related posts

ଶିଶୁ ସେବିକା ନିଯୁକ୍ତି ପାଇଁ ପ୍ରଦତ୍ତ ହେଲା ନିର୍ଦ୍ଦେଶନାମା 

mahabharatanews

ଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି

mahabharatanews

ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡିଲେ ବାଚସ୍ପତି

mahabharatanews