ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏହା ସହ ଅନ୍ୟ ୩ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୧୮ ବର୍ଷରୁ କମ୍ ହୋଇଥିବା ଜଣା ପଡିଛି ।
୫ଟି ଜିଲ୍ଲାରୁ ରାଜ୍ୟରେ ଆଜି ମାତ୍ର ୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ବଲାଙ୍ଗୀର ରୁ ୧ଜଣ, କଟକ-୧, କେନ୍ଦ୍ରାପଡା-୧, ଖୋର୍ଦ୍ଧା-୨, ସମ୍ବଲପୁର-୨ ଓ ଷ୍ଟେଟପୁଲରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ଏପର୍ଯ୍ୟନ୍ତ, ୧୫୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
Covid-19 Report For 9th April
New Positive Cases: 8
Of which 0-18 years: 1
In quarantine: 5
Local contacts: 3(Details of local contacts will be shared by concerned District)
1. Balangir: 1
2. Cuttack: 1
3. Kendrapada: 1
4. Khurda: 2
5. Sambalpur: 2
6. State Pool: 1— I & PR Department, Odisha (@IPR_Odisha) April 10, 2022