(ରଜନୀକାନ୍ତ ପାତ୍ର/ ହିଞ୍ଜିଳି): ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଜନତା ହୋଟେଲ ସମେତ ଫିଷ୍ଟ ରେଷ୍ଟୁରାଣ୍ଟକୁ ରବିବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ୍ କରାଯିବା ସହ ଲୁଚା ଚୋରାରେ ବିକ୍ରି କରୁଥିବା ମାଛ, ମାଂସ ଓ ଚିକେନ ଦୋକାନ ଉପରେ ଚଢାଉ କରି ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ଜରିମାନା ଆଦାୟ କରିଥିବା ଜଣାପଡିଛି। କରୋନା ମହାମାରୀ କରୋନା ଯୋଗୁଁ ଜିଲ୍ଲାରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବା ବେଳେ କୋଭିଡ ନିୟମକୁ ଉଲଙ୍ଘନ କରିଥିବାରୁ ଉକ୍ତ ଦୋକାନୀମାନଙ୍କ ବିରୁଦ୍ଧରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ରବିବାର ସଟଡାଉନ ବେଳେ ଦିଗପହଣ୍ଡି ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଜନତା ହୋଟେଲ, ଫୀଷ୍ଟ ରେଷ୍ଟୁରାଣ୍ଟ ସମେତ ଅନ୍ୟ କିଛି ସଉଦା ଦୋକାନ, ଏପରିକି ରାସ୍ତାକଡ଼ରେ ଥିବା ମାଛ, ମାଂସ ଦୋକାନ ଗୁଡିକ ଖୋଲାଥିବାରୁ ବହୁ ସଂଖ୍ୟକ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା। ଖବର ପାଇ ଦିଗପହଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ଗଠିତ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ସାମାଜିକ ଦୂରତା ରଖୁନଥିବା ଓ ମାସ୍କ ନ ପିନ୍ଧିଥିବା ମଧ୍ୟ ଦେଖାଦେଇଥିଲା । ଫଳରେ ତହସିଲଦାର ସବୁ ଦୋକାନ ଗୁଡ଼ିକୁ ବନ୍ଦ କରିଦେବା ସହ ଗ୍ରାହକ ମାନଙ୍କୁ ଦୋକାନ ମଧ୍ୟରୁ ଘଉଡାଇ ଦେଇଥିଲେ। ପରେ ସେସବୁ ଦୋକାନ ଗୁଡ଼ିକୁ ତାଲା ପକାଇ ଜଉମୁଦ ଦେଇ ସିଲ୍ କରାଯାଇଥିଲା । ଏହି ଦୋକାନ ଗୁଡିକ ଏକ ସପ୍ତାହ ଯାଏଁ ସିଲ ରହିବ ବୋଲି ତହସିଲଦାର ଅଦ୍ୱୈ÷ତ କୁମାର ସ୍ୱାଇଁ କହିଛନ୍ତି । । ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବ୍ୟବସାୟୀ ମାନେ ଜରିମାନା ଦାଖଲ କରିବାପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ ମାସରେ ଏଠାରେ ଲକଡାଉନ ସମୟରେ କୋଭିଡ ନିୟମର ଉଲଙ୍ଗନ କରିଥିବା ୯ଟି ଦୋକାନକୁ ଏନଏସି ପ୍ରଶାସନ ସିଲ କରିଥିଲା ।
previous post