Uncategorized

ଗୋଆ ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ ହେଉ: ରାଣେ

ପାନାଜୀ: ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେ ଆଜି କହିଛନ୍ତି କି,ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ପ୍ରଭାବଶ।।ଳୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏମିତି ଏକ କଠୋର ନିୟମ କରାଯାଉ, ଯେଉଁଥିରେ କୌଣସି ବାହାରର ବ୍ୟକ୍ତି ରାଜ୍ୟକୁ ଆସିବା ପୂର୍ବରୁ କୋଭିଡ-୧୯ ଟେଷ୍ଟ କରାଇ ଏକ ନେଗେଟିଭ ସାର୍ଟିଫିକେଟ ହାସଲ କରିବା ବାଧ୍ୟତାମୂଳକ କରାଯାଉ ଓ ସେହି ସାର୍ଟିଫିକେଟ ଜାରି ହେବାର ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ରାଣେ ଫେସବୁକରେ ଉଲ୍ଲେଖ କରିଛନ୍ତି, ରାଜ୍ୟକୁ ରେଳ, ସଡକ ପଥ ଓ ଅନ୍ୟ ମାର୍ଗରେ ଆସିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ, ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କାରି ରାଜ୍ୟରେ କୋଭିଡ ସ୍ଥିତି ଉପରେ ଆଲୋଚନା କରିବେ । ଏଥିସହ ସେ ଗୋଆକୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଅନୁରୋଧ କରିବେ । ଗୋଆକୁ ଆସିବାକୁ ଯାତ୍ରୀଙ୍କୁ ଏକ କୋଭିଡ ନେଗେଟିଭ ସାର୍ଟିଫିକେଟ ହାସଲ କରିବାକୁ ହେବ, ଯାହା ଜାରି ହେବାର ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଆକାଉଣ୍ଟରେ ରାଣେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି କି, ଗତକାଲି ମୁମ୍ବାଇରୁ ରାଜଧାନୀରେ ଆସିଥିବା ୧୧ଙ୍କଠାରେ ଟ୍ରୁନାଟ ଯନ୍ତ୍ରରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି ।

Related posts

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews

ଅଲତାଫ୍ ବୁଖାରୀ ‘ଅପନି ପାର୍ଟି’ ଅଧ୍ୟକ୍ଷ ନିର୍ବାଚିତ

mahabharatanews

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

mahabharatanews