ଓଡିଶା

ବିଧାନସଭା ଆରମ୍ଭ ପୂର୍ବରୁ ଚାଲିଛି କୋଭିଡ ଟେଷ୍ଟ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି କୋଭିଡ ପରୀକ୍ଷା । ଆସନ୍ତା ୨୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏହି ପରିପ୍ରେକ୍ଷୀରେ କରୋନା କଟକଣାକୁ ନଜର ରଖି ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ଏହା ସହ ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର ନିଜର କୋଭିଡ ଟେଷ୍ଟ କାରାଇଛନ୍ତି । ବିଧାୟକମାନେ ମଧ୍ୟ ପୌର ନିର୍ବାଚନ ହେତୁ ଜିଲ୍ଲା ସ୍ଥରରେ ନିଜର ଟେଷ୍ଟ କାରାଇ ରିପୋର୍ଟ ପ୍ରଦାନ କରିପାରିବେ । ୨୫ ତାରିଖ ଦିନ ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବୈଠକ । ଏଥି ସହ ଆସନ୍ତା ୩୦ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରିବେ ବଜେଟ ଉପସ୍ଥାପନ । ଏଣୁ ଅଧିବେଶନ ପ୍ରାରମ୍ଭ ପୂର୍ବରୁ ସୁରକ୍ଷା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ ଏପରି କଟକଣା ଲାଗୁ କରାଯାଉଛି ।

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଧାନସଭ ଅଧିବେଶନ ନିମନ୍ତେ କଡା ଶୁରକ୍ଷା ଗ୍ରହଣ କରାଯାଇଛି । ଏପରିକି ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସହ ରସ୍ତା ଉପରେ ମଧ୍ୟ ଲାଗିବ କଟକଣା । ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।ହେଲେ ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ଦେଇ ଯାଇପାରିବେ । ସେହିପରି ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡିଗୁଡିକ ଜୟଦେବ ଭବନ ପାଖରେ ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି |

Related posts

ଶେଷରେ ହାର ମାନିଲା ପ୍ରଶାସନ

mahabharatanews

ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା

mahabharatanews

ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ

mahabharatanews