ଓଡିଶା

ଘୁମୁସରରେ ବାଘ ଗଣନା ଆରମ୍ଭ 

(ଗଂଜାମ) : ଆଜିଠୁ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ୫ଟି ରେଞ୍ଜ୍‌ର ୭୫ଟି ବିଟ୍‌ରେ ଆସନ୍ତା ୩୧ ତାରିଖ ଯାଏ ବନ ବିଭାଗର ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ଏହି ଗଣନା ହେବ। ୬ ଦିନ ବ୍ୟାପୀ ବାଘ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମଧ୍ୟ ଗଣନା ହେବ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ , ଗଣନା ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ହେବ । ଏହି ସମୟରେ ବାଘର ପାଦଚିହ୍ନ ସହ ମଳ, ନିଶ ଓ ରାମ୍ପୁଡ଼ା ଚିହ୍ନ ଆଦିକୁ ଚିହ୍ନଟ କରାଯିବ। ବାଘ ଭଳି ମାଂସାହାରୀ ପ୍ରାଣୀ ମୁଖ୍ୟତଃ ଜଙ୍ଗଲୀ ରାସ୍ତାରେ ଯାତାୟତ କରିଥାଏ। ପ୍ରଥମ ତିନିଦିନ ଏହାର ଗଣନା ପାଇଁ ଜଙ୍ଗଲ ଭିତରେ ୫ରୁ ୭ କିମି ଟିମ୍‌ ଚାଲିଚାଲି ତଥ୍ୟ ସଂଗ୍ରହ କରିବେ।

Related posts

ଗୁରୁତର ଗୋରୁର ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ଚିକିତ୍ସା

mahabharatanews

ମାଟ୍ରିକ୍ ପରୀକ୍ଷାରେ ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା

mahabharatanews

ଆଉ ୩ ଦିନ ବର୍ଷିବ

mahabharatanews