ଭାରତ

୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ

(ଦିଲ୍ଲୀ) : ସେରମ ଇନିଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭୋଭାକ୍ସକୁ ଆଜି ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବାକୁ ପାଇଁ ସ୍ୱୀକୃତି ଦେଇଛି ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜୋରୀ ଗ୍ରୁପ୍ ଅନ ଇମ୍ୟୁନାଇଜେସ । ଭାରତରେ ୧୨ରୁ ୧୪ ବର୍ଷ ବର୍ଗର ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାୟୋଲଜିକାଲ ଇ’ର କୋର୍ବେଭାକ୍ସ ହିଁ ପିଲାମାନେ ନେଉଛନ୍ତି। ଏବେ ଏଥିରେ କୋଭୋଭାକ୍ସକୁ ସାମିଲ କରିବା ପାଇଁ କୁହାଯାଇଛି। ଏହାପୂର୍ବରୁ ଅର୍ଥାତ ଗତବର୍ଷ ଡିସେମ୍ବର ୨୮ରେ ଡିସିଜିଆଇ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ କୋଭୋଭାକ୍ସ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ମାର୍ଚ୍ଚ ୯ରେ କେବଳ ବହୁବିଧ ରୋଗରେ ପୀଡ଼ିତ ୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଦିଆଯାଇ ପାରିବ ବୋଲି କହିଥିଲା ଡିସିଜିଆଇ। ଏବେ ଶୁକ୍ରବାର ଟେକ୍ନିକାଲ କମିଟି ବୈଠକରେ ଟିକାର ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି।

Related posts

ହକି ଶିବିରରେ କରୋନା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତିରେ ବାଧା

mahabharatanews

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews

୨୦୦ କୋଟି ଟଙ୍କା ସମ୍ପତ୍ତି ଦାନ କରି ଚର୍ଚ୍ଚାରେ ଦମ୍ପତି

mahabharatanews