ଅପରାଧଓଡିଶା

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜଧାନୀ ଭୁବନେଶ୍ୱରରୁ ମିଳିଲା ଫେରାର ଶର୍ମିଷ୍ଠା ରାଉତଙ୍କ କାର । ଏୟାରଫିଲଡ ଥାନା ସ୍କାଏ ଟାୱର ଆପାର୍ଟମେଣ୍ଟ ଗ୍ୟାରେଜରୁ ଗାଡ଼ି ମିଳିଥିବା ସୂଚନା ।ତେବେ ଗାଡ଼ିଟି ଶର୍ମିଷ୍ଠାଙ୍କ ନାଁରେ ରହିଛି । ଗାଡିର ଇନ୍ସ୍ୟୁରାନ୍ସ ସରି ଯାଇଥିବା ସମୟରେ ପଲ୍ୟୁସନ୍ ସାର୍ଟିଫିକେଟ ମଧ୍ୟ ନାହିଁ । ଘଟଣାରେ ମାନସଙ୍କୁ ଅପହରଣ ପଛରେ ଏହି ଗାଡିର ବ୍ୟବହାର କରା ଯାଇଥିବା ସ୍ପଷ୍ଟ କରିଛି ଚାନ୍ଦବାଲି ପୋଲିସ ।ତେବେ ଏହି ଘଟଣାରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତଭାର କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଛି ।

ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ ବି ଫେରାର ଅଛନ୍ତି । ଘଟଣାରେ ସୋମବାର ଦିନ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସାମିଲ ଥିବା ନେଇ ଗିରଫ ହୋଇଥିଲେ । ସେହିଭଳି ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତକୁ ମଧ୍ୟ ଗତକାଲି ବିଜୟଓ୍ୱାଡାରୁ ଗିରଫ କରିଥିଲା ପୋଲିସ । ହତ୍ୟା ଘଟଣା ପରେ ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ରି-ପ୍ଲାନ କରିଥିଲା ପରମେଶ୍ବର ।

Related posts

ପୌରସଂସ୍ଥା ପକ୍ଷରୁ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ବସ୍ତିରେ ମହଙ୍ଗା ପଡିଲା କୋଠାଘର ନିର୍ମାଣ, ଭାଙ୍ଗିଲା ପାରାଦ୍ୱୀପ ବନ୍ଦର ଇଷ୍ଟେଟ ବିଭାଗ

mahabharatanews

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାରର ଶେଷ ଦିନ

mahabharatanews