ଅପରାଧଓଡିଶା

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଲିଛି କ୍ରାଇମ ସିନ୍ ରିକ୍ରିଏସନ । ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା ପରେ ଦୟାଲ ଆଶ୍ରମ ମୁହାଁ କ୍ରାଇମବ୍ରାଞ୍ଚ ।ଅନ୍ୟପକ୍ଷେ ମାନସଙ୍କ ହତ୍ୟାକାରୀକୁ କ୍ରାଇମ ସ୍ପଟକୁ ନେବା ଖବର ଜାଣିବା ପରେ ଘଟଣା ସ୍ଥଳରେ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା । ଯାହାଫଳରେ ସେଠାରେ ଅଳ୍ପ ସମୟ ରହି ଶର୍ମିଷ୍ଠାକୁ ପୁଣି କଟକ ମୁଖ୍ୟାଳୟକୁ ନେଇ ଆସିଥିଲା କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପଳାସପୁରରୁ କେମିତି ହୋଇଥିଲା ମାନସଙ୍କ ଅପହରଣ, ସେନେଇ କମ୍ ସମୟରେ ଡେମୋ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ।

ତେବେ ପ୍ରଥମ କ୍ରାଇମ ସିନ୍ ରିକ୍ରିଏସନ ପରେ ଦୟାଲ ଆଶ୍ରମ ଓ ନୟାଗଡ଼ରେ କ୍ରାଇମ ସିନ୍ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବରୁ ଦୟାଲ ଆଶ୍ରମରେ କର୍ଡନ କଲା ପୋଲିସ ।ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନଥିବା ସମୟରେ ଶର୍ମିଷ୍ଠାର ଡେମୋରୁ ତା’ର ମଧ୍ୟ ସୁରାକ୍ ପାଇପାରେ କ୍ରାଇମବ୍ରାଞ୍ଚ ।

ସୂଚନା ଅନୁଯାୟୀ, ଆଜି ଚାନ୍ଦବାଲି ପଳାସପୁର କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ପୋଲିସ ।ଆଜି ୩ଟି ସ୍ଥାନରେ ସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପରେ ଦୟାଲ ଆଶ୍ରମ ଓ ଶେଷରେ ନୟାଗଡ଼ରେ କେଉଁଠି ଓ କେଉଁ ପ୍ଲାନିଂରେ ମୃତଦେହ ପୋତିଥିଲେ ଏବଂ ପ୍ରମାଣ ଲୁଚାଇବାକୁ କ’ଣ ହୋଇଥିଲା ଯୋଜନା, ତା’ର ଡେମୋ ଦେଖାଇବ ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା।

Related posts

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ ମୁରଲୀଧର ନିଯୁକ୍ତ

mahabharatanews

 ବାବା ଲୋକନାଥ ପୀଠରେ ୨୯୪୦୦ କାଉଡ଼ିଆଙ୍କ ଜଳଲାଗି

mahabharatanews

ଓଡିଶା ପହଞ୍ଚିଲା ଚିକୁନ

mahabharatanews