ଓଡିଶା

ବର୍ଷା ସ୍ୱରୂପ ମହାପ୍ରଭୁଙ୍କ ଆଶୀର୍ବାଦ

(ପୁରୀ) :  ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ସବୁଠି ଭକ୍ତିମୟ ପରିବେଶ । ଲାଗୁଛି ଯେମିତି ମହାପ୍ରଭୁ ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ । ବର୍ଷା, ଶୀତକୁ ଖାତିର ନକରି ପୁରୀରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ । ରଥଯାତ୍ରା ଭଳି ଆଜି ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସୂଚନାନୁଯାୟୀ , ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଉଛି । ତୁଳସୀ ବିନା ଜଗନ୍ନାଥଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହୁଏ ନାହିଁ । ସ୍ୱୟଂ ପ୍ରଭୁ ଜଗନ୍ନାଥ ତୁଳସୀଙ୍କୁ ମସ୍ତକ, ହୃଦୟରେ ଧାରଣ କରିଥାନ୍ତି । ତୁଳସୀ ପତ୍ର ବିନା ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହେଇପାରେନାହିଁ। ଫୁଲ ମାଳ ସହ ତୁଳସୀ ମାଳ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଗଳାରେ ଓ ହସ୍ତରେ ଶୋଭା ପାଇଥାଏ। ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତୁଳସୀକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି। ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି।

Related posts

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ୨ଦନ୍ତା 

mahabharatanews

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews

ଆଜି ଉପକୂଳ ଅତିକ୍ରମ କରିବ ବାତ୍ୟା ‘ମୋକା’ 

mahabharatanews