ଓଡିଶା

ଆଜିଠାରୁ ସାତକୋଶିଆ ଅଭୟାଣ୍ୟରେ କୁମ୍ଭୀର ଓ ପକ୍ଷୀ ଗଣନା

ଆଜିଠାରୁ ସାତକୋଶିଆ ଅଭୟାଣ୍ୟରେ ଆରମ୍ଭ ହୋଇଛି ଉଭୟ କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ଶେଷ ହୋଇଛି ଟିକରପଡା ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବନ କର୍ମଚାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଆଜିଠାରୁ ସପ୍ତାହେ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବୋଟିଂ କରିପାରିବେନି। ପ୍ରଥମ ପର୍ଯ୍ୟାୟରେ ୪ ରୁ ୮ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଓ ୧୮ ଜାନୁଆରୀ ୪ରୁ ୮ତାରିଖ ଓ ୧୭ ଓ ୧୮ ତାରିଖ ୨ ଦିନ ଧରି କୁମ୍ଭୀର ଓ ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯିବ। ଗଣନା ସମୟରେ ପର୍ଯ୍ୟଟକ ଟିକରପଡ଼ା ମହାନଦୀର ଅବବାହିକା ଓ ଶିଶୁପଦର ଡ୍ୟାମ ଅଞ୍ଚଳ ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି। ସାତକୋଶିଆ ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡ ଓ ବିଭିନ୍ନ ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା ହେବ । ଏହି ଗଣନା କାର୍ଯ୍ୟକ୍ରମ ଦେଶୀ ଡଙ୍ଗା ସାହାଯ୍ୟରେ କରାଯିବ ।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ ଲାଗିଥିବା ଆଠଗଡ଼, ମହାନଦୀ, ଆଠମଲ୍ଲିକ ବନଖଣ୍ଡରେ ଗଣନା ହେବ । ଏଥିପାଇଁ ମହାନଦୀରେ ମାଛ ମାରିବା ଓ ବୋଟିଂ ନିଷେଧ କରାଯାଇଛି । ସେପଟେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ। ଚଳିତ ବର୍ଷ ପକ୍ଷୀ ଗଣନା କାର୍ୟ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଭିନ୍ନ ସ୍ଥାନରେ ଆଧୁନିକ ୱାଚ୍ ଟାୱାର ଏବଂ ଏନକ୍ଲୋଜର ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀ ଦେଖିପାରିବେ।

Related posts

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

mahabharatanews

ଓଲଟି ପଡିଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ

mahabharatanews

ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ ୩୬ ଜଣ ଭୂବିଜ୍ଞାନୀ

mahabharatanews