ଓଡିଶା

କୁମ୍ଭୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୁମ୍ଭୀର ଆକ୍ରମଣର ଶୀକାର ହୋଇ ଜଣେ ନାବାଳକ ମୃତ୍ୟୁବରଣ କରିଛି। ମୃତ ନାବାଳକ ଜଣକ । ସେ ଚିତ୍ରକୋଣ୍ଡା ଝୋଲା ଗୁଡ଼ା ଅପରେଟ କଲୋନୀର କୈଳାସ ମାଝୀ ବୋଲି ଜଣାପଡିଛି । ସୋମବାର ସକାଳେ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ମଧ୍ୟାହ୍ନ ସମୟରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଲିଙ୍କ ଜଳାଶୟକୁ କୈଳାସ ଓ ତାଙ୍କ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ହଠାତ କୈଳାସ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖବର ପାଇ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ଗାଧୋଉଥିବା ସମୟରେ ତାଙ୍କୁ କୁମ୍ଭୀର ନେଇଯାଇଥିବା ଜାଣିବାକୁ ପାଇଥିଲେ । ଆଜି ସକାଳେ ମୃତଦେହ ନଥିବା ଏକ ମୃତଦେହ ନଦୀ ଭିତରୁ ଉଦ୍ଧାର ହୋଇଥିଲା । ପରେ ତାହା କୈଳାସଙ୍କ ମରଶରୀର ବୋଲି ଜଣାପଡିଥିଲା । ଖବର ପାଇ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନଦୀରେ ପ୍ରାୟ ୩ଟି କୁମ୍ଭୀର ଥିବା ଜଣାପଡିଛି । ତେବେ ଏଠାକୁ ପାଣି ପିଇବାକୁ ଆସୁଥିବା ଗୋରୁ ଗାଈଙ୍କୁ କୁମ୍ଭୀର ଆକ୍ରମଣ କରୁଥିବାରୁ ଏହି ଅଞ୍ଚଳରେ କୁମ୍ଭୀର ଆ୍ତଙ୍କ ଦେଖାଦେଇଛି ।

Related posts

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ବହୁଜନ କ୍ରାନ୍ତି ମୋର୍ଚ୍ଚାର ଭାରତ ବନ୍ଦ ଡାକରା

mahabharatanews

ହଜିଗଲା ମାନବିକତା

mahabharatanews