ଓଡିଶା

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମର ଶୂଭାରମ୍ଭ କଲେ ସାଂସଦ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ପଚାଂୟତ ସ୍ତର ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମାଲକାନଗିରି ବ୍ଲକର ଚାଲାଣଗୁଡା, ତଣ୍ଡିକି, ମାଟାପେକା, ଗୋରଖୁଠାଂ, ତଣ୍ଡାପାଲି, ତମସା, ଶିଖପାଲି ପଞ୍ଚାୟତରେ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ସାଂସଦ ଯୋଗ ଦେଇଥିଲେ । ଗ୍ରାମବାସୀ ମାନଙ୍କ ବିଭିନ୍ନ ଅଭିଯୋଗଗୁଡିକର ଫଇସଲା କରିଥିଲେ । ଏହା ବ୍ୟତିତ ବିଭିନ୍ନ ଗ୍ରାମରେ ଚାଲିଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ୟ୍ୟର ସମୀକ୍ଷା କରି ଗ୍ରାମବାସୀ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହାସହ କରୋନା ମହାମାରି ଠାରୁ ଦୁରରେ ରହିବା ପାଇଁ କିଭଳି ସତର୍କ ରହିବାକୁ ହେବ ସେ ନେଇ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନସ ମାଡକାମି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ଆଡମା ରାବା, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ସମତି ସଭ୍ୟ ଡାନେଲ ପଟଲା, ବିଜେଡି ନେତା ଗୋପାଳ ପଣ୍ଡା, ଲମ୍ବଧର ତୁରୁକ, ସବ ର୍କୁମାର ବିଷୋୟୀ, ଜଗବନ୍ଧୁ ପଡିଆରୀ ପ୍ରମୁଖ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କ ସହିତ ଗ୍ରାମର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

Related posts

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

ନଦୀକୁ ଡେଇଁ ଛାତ୍ରୀ ନିଖୋଜ

mahabharatanews