ଓଡିଶା

ଏମ୍.ସି.ଏଲ କର୍ମଚାରୀ ବୁଡ଼ିଯିବା ଘଟଣା; ଜଣଙ୍କ ମୃତଦେହ ଉଦ୍ଧାର,ଅନ୍ୟଜଣେ ନିଖୋଜ

ସମ୍ବଲପୁର: ଗାଧୋଇବା ବେଳେ ଦୁଇ ଏମ୍.ସି.ଏଲ କର୍ମଚାରୀ ବୁଡ଼ିଯିବା ଘଟଣା । ଦୁଇଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଏମସିଏଲର ଏକ୍ସାଭେସନ ମ୍ୟାନେଜର ଅଭିଷେକ କୁମାର । ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଦୁଇଟି ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି ।

ଦୁଇଟି ଦମକଳ ବାହୀନିକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି । ଗତକାଲି ବନ୍ଧୁତ୍ବ ଦିବସରେ ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟ ହୀରାକୁଦର ଜିରୋ ପଏଣ୍ଟରେ ଏମସିଏଲର ୩ କର୍ମଚାରୀ ବୁଡ଼ିଯାଇଥିଲେ । ଜଣେ ପହଁରୀ ପହଁରି କୂଳକୁ ଚାଲିଆସିଥିବା ବେଳେ ଆଜି ସକାଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ , ବନ୍ଧୁତ୍ୱ ଦିବସରେ ଗତକାଲି ଭୋଜି କରି ଖାଇ ସାରିବା ପରେ ସମସ୍ତେ ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ । ଜଣେ ସାଥି ପାଣିରେ ଭାସିଯିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ଅନ୍ୟ ଦୁଇ ଜଣ ମଧ୍ୟ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ । ଉଦ୍ଧାର ବ୍ୟକ୍ତି ହେଲେ ଭିନେଶ ରାୟ । ଏବେବି ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଓଡ୍ରାଫ୍ ଟିମ୍।

Related posts

୩୭ ଲକ୍ଷ ଚାଷୀ ପରିବାରକୁ ୭୪୩ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ

mahabharatanews

ବିମ୍ବାଧର ୱେଲ ଫେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

mahabharatanews