ଭୁବନେଶ୍ୱର: ଲୋକଙ୍କୁ କୋଭିଡ୍-୧୯ର ସଂକ୍ରମଣରୁ ରୋକିବା ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ସଚେତନ କରୁଛନ୍ତି । ଖବରକାଗଜରେ ବା ସହ ଗୋଷ୍ଠି ସଂଗଠକ ଓ ସ୍ଥାନୀୟ ଲୋକପ୍ରତିନିଧି ମଧ୍ୟ ଏହି ସଚେତନତା ଅଭିଯାନକୁ ବ୍ୟାପକରୁ ବ୍ୟାପକ କରିଛନ୍ତି । ହେଲେ ବସ୍ତବାସିନ୍ଦାଙ୍କ ଏଥି ପ୍ରତି ନିଘାନାହିଁ । ବିଭିନ୍ନ ସମୟରେ ବସ୍ତିବାସିନ୍ଦା ପୂଜାପାଠ, ଖେଳକୂଦ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଛକବଜାରରେ ସେମାନେ ରୁଣ୍ଡ ହେଉଥିବାର ନଜରକୁ ଆସିଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଘରେ ରହିବାକୁ ବାରମ୍ବାର କୁହାଯିବା ପରେ ବି ବସ୍ତିବାସିନ୍ଦା ସଚେତନ ହେଉନାହାଁନ୍ତି । ଫଳରେ ଏବେ କୋଭିଡ୍-୧୯ର ସଂକ୍ରମଣ ଭୟ ଲାଗିବାରେ ଲାଗିଛି ।
ଶନିବାର ଧରିତ୍ରୀ ଟିମ୍ ସାଲିଆସାହି ଯାଇଥିବା ବେଳେ ଏହି ଚିତ୍ର ନଜରକୁ ଆସିଥିଲା । ଚିତ୍ରରେ କିଛି ଜନସାଧାରଣ ଏକତ୍ରିତ ହୋଇ ପୂଜା ପାଠ କରୁଥିବାର ଦେଖିବାକୁ ମିଳିଥିଲା । ଏଥିସହ ବସ୍ତିଅ ଳରେ ବିଭିନ୍ନ ଦେସାକାନ ବଜାର ଖୋଲାଯାଇଥିବାର ନଜରକୁ ଆସିଥିବା ବେଳେ ଲୋକଙ୍କ ଗୋଟିଏ ସ୍ଥାନରେ ରୁଣ୍ଡ ହେବା ସ୍ପଷ୍ଟ ଭାବେ ନଜରକୁ ଆସିଥିଲା । ସେହିପରି ସଫେଇ କାଯର୍ୟ ମଧ୍ୟ ତ୍ୱରାନ୍ୱିତ ହୋଇନଥିବା ପରିିକ୍ଷିତ ହୋଇଥିଲା । ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ସଚେତନ କରିବା ବିଏମ୍ସିର ପ୍ରଥମ କର୍ତ୍ତବ୍ୟ ଥିଲା, ଏବେ କାଯର୍ୟାନୁଷ୍ଠାନ ନିଆଯିବ । ଏନେଇ ସମ୍ପୃକ୍ତ ଅଞ୍ଚଳର ଥାନା ଅଧିକାରୀଙ୍କୁ ଜଣାଯିବ ବୋଲି ସେ କହିଛନ୍ତି ।
