ଓଡିଶା

ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏବେବି ଲାଗି ରହିଛି ଭିଡ

ଜୟପୁର: ଜୟପୁର ରାଜବଂଶର ଶେଷ ରାଣୀଙ୍କ ଶେଷ ନିଃଶ୍ୱାସ ତ୍ୟାଗ ।ଜୟପୁର ସ୍ଥିତ ରାଜ ଉଆସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଣୀ ରମା କୁମାରୀ ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଦେହତ୍ୟାଗ ସମୟରେ ତାଙ୍କ ନିକଟରେ ତାଙ୍କ ସୁପୁତ୍ର ଚନ୍ଦ୍ରଚୁଡ ଦେଓ ଏବଂ କନିଷ୍ଠ ବୋହୂ ସରିକା ଦେଓ ଉପସ୍ଥିତ ଥିଲେ । ତେବେ ରାଣୀ ରମାକୁମାରୀ ରାଜା ବିକ୍ରମଦେଵ ବର୍ମାଙ୍କ ପୋଷ୍ୟପୁତ୍ର ତଥା ଏହି ରାଜବଂଶର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ଧର୍ମପତ୍ନୀ ଥିଲେ । ବିଭିନ୍ନ ଭାଷାରେ ତାଙ୍କର ରୁଚି ରହିଥିଲା । ସେ ଏକା ଧାରାରେ ଜଣେ ପ୍ରଜା ବତ୍ସଳ ଥିଲେ । ଆନ୍ଧ୍ରପ୍ରଦେଶ ରେ ଥିବା ମାଡଗୁଲର ସେ ଏକଦା ବିଧାୟକା ମଧ୍ୟ ଥିଲେ । ତାଙ୍କ ବିୟୋଗରେ ଜୟପୁର ବାସୀ ଓ ବିଶେଷ କରି ରାଜ ପରିବାର ସହ ବାପା ଅଜା ଅମଳରୁ ସମ୍ପର୍କ ରଖିଥିବା ପରିବାରରେ ଶୋକର ଛାୟା ଦେଖା ଦେଇଛି । ରାଣୀଙ୍କୁ ଶେଷ ଦର୍ଶନ କରିବା ପାଇଁ ରାଜନୈତିକ ନେତୃବୃନ୍ଦ ଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜୟପୁର ସ୍ଥିତ ଚନ୍ଦନବାଡ ଠାରେ ଥିବା ରହିଥିଲା ରାଜପରିବାରର ଶ୍ମଶାନ ରେ ରାଣୀଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

Related posts

କୋରନା ପାଇଁ ବୁଡିବାକୁ ବସିଲାଣି ପାନ ଶିଳ୍ପ

mahabharatanews

ଆଜି ରାଜି ୯ଟ।।ରୁ ରାଜ୍ୟର ୪ ଜିଲ୍ଲାରେ ୧୪ ଦିନିଆ ଲକଡାଉନ

mahabharatanews

ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ

mahabharatanews