ଓଡିଶା

ନୃଶଂସ ବାଘର ଆତଙ୍କ

(ନୂଆପଡା) : ଚର୍ଚାରେ ନୃଶଂସ ବାଘ । ଗତକାଲି ୬ ବର୍ଷର ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ। ଏହି ଗାଈର ମାଲିକ ହେଲେ ଅର୍ଜୁନ ଧୁରୁଆ। ସେ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ। ହେଲେ ସକାଳେ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା।

ସୂଚନାନୁଯାୟୀ , ସୋମବାର ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ। ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ। ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି।

Related posts

କୋଭିଡ ୧୯ ସମୟରେ ଦେଶରେ ନିରନ୍ତର ସେବା ଯୋଗାଉଛି ଏନଟିପିସି: ସିଏମ୍ଡି ଗୁରୁଦୀପ ସିଂ

mahabharatanews

ରତ୍ନସିଂହାସନରୁ ପଥର ଚୋରି ଅଭିଯୋଗ

mahabharatanews

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 

mahabharatanews