ଓଡିଶା

ତୃତୀୟ ଦିନରେ ଐତିହାସିକ କଟକ ବାଲିଯାତ୍ରା 

(କଟକ) : ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ ତାରିଖ, ସୋମବାରରୁ ଆରମ୍ଭ ହୋଇ ଡିସେମ୍ବର ୪ତାରିଖରେ ଶେଷ ହେବ। ଚଳିତଥର ବାଲିଯାତ୍ରାରେ ସରକାରୀ ଷ୍ଟଲ୍‌ରେ ଅଂଶଗ୍ରହଣ ବୃଦ୍ଧି ପାଇଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ୩୫ କୋଟି ଟଙ୍କାର ବ୍ୟାବସାୟିକ କାରବାର କରିବାର ଲକ୍ଷ୍ୟ ରଖାଯାଇଛି। ବାଲିଯାତ୍ରାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ୧୬ଟି ଗାଡ଼ି ପାର୍କିଂ ସ୍ଥାନ ପ୍ରସ୍ତୁତ ହୋଇଛି। ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ନିକଟକୁ ଅଣିବା ପାଇଁ ୩୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ଉକ୍ତ ସେବା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ଲୋକଙ୍କୁ ପ୍ରଦାନ କରାଯିବ। ତେବେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ବିଶଷେଶ କରି ମନ ମୋହୁଛି ଆକ୍ବରିୟମ ।

ସୂଚନାନୁଯାୟୀ ,  ୮ ଦିନ ଧରି ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ୧୨୦୦ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍‌ ପରିସରରେ ୪୨୦ରୁ ଅଧିକ ଷ୍ଟଲ୍‌ ରହିଛି।  ଏହା ସହ ବାଲିଯାତ୍ରାରେ ଚଳିତବର୍ଷ ନୂଆ କରି ଟନେଲ୍‌ ଆକ୍ବାରିୟମ୍‌ ସ୍ଥାନ ପାଇଛି। କେରଳରୁ ଆସିଥିବା ଏହି ୫ ହଜାର୍‌ ବର୍ଗଫୁଟ୍‌ରୁ ଅଧିକ ଆକାରର ଆକ୍ବାରିୟମ୍‌ରେ ୫ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ରହିବ। ଏହା ମଧ୍ୟରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବାର ମଜା ଅନୁଭବ କରିପାରିବେ। ଏଭଳି ଏକ ନୂତନ ଅନୁଭୂତି ପାଇଁ ସମସ୍ତେ ବେଶ ଖୁସି ଅଛନ୍ତି  ।

Related posts

ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନ

mahabharatanews

ପାରିବାରିକ ଅଶାନ୍ତି: ବିଷ ପିଇ ବାପ ପୁଅ ଗୁରୁତର

mahabharatanews

ଆଜିଠୁ ଜଗମୋହନ ଓ ନାଟମଣ୍ତପ ମରାମତି କାର୍ଯ୍ୟ ଆରମ୍ଭ

mahabharatanews