ଓଡିଶା

ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ହିଟ୍ ୱେଭ୍ କାରଣରୁ ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ କିଛି ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, ହେଲେ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷାକୁ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆରଏସ ରଖିବାକୁ କୁହାଯାଇଛି । ତା ସହିତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ହାଇସ୍କୁଲ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନି ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।

Related posts

ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ

mahabharatanews

ଭାସିଗଲା ଯବାନଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧ ମୃତ

mahabharatanews