ଓଡିଶା

କଟକ ମହାନଗର ନିଗମ ଓ ମେୟର ସୁବାଷ ସିଂ ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମୁକାବିଲା ବୈଠକ ଅନୁଷ୍ଠିତ

କଟକ : କଟକ ମହାନଗର ନିଗମ ଓ ମେୟର ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମୁକାବିଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ସପ୍ତାହକୁ ୪ ଦିନ ଡ୍ରାଏ ଡେ ପାଳନ ନିୟମ ରହିବ ବୋଲି ବୈଠକ ଆଲୋଚନା ହୋଇଛି । ଅଳିଆ ସଫେଇ ଓ ବୁଶ୍ କଟିଙ୍ଗକୁ ଗୁରୁତ୍ଵ ଦିଆଯିବ। ପ୍ରତି ଦିନ ଘରକୁ ଘର ଡେଙ୍ଗୁ ରୋଗୀ ଅଛନ୍ତି କି ନାହିଁ ଆଶା କର୍ମୀ ଜାଞ୍ଚ କରିବେ। ପ୍ରତି ୱାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବ।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡେଙ୍ଗୁ ଚିକିତ୍ସା ପାଇଁ କିଭଳି ବ୍ୟବସ୍ଥା ହୋଇପାରିବ ସେ ନେଇ ନଜର ଦିଆଯିବ ବୋଲି କହିଛନ୍ତି କଟକ ମେୟର ସୁବାଷ ସିଂ ।

Related posts

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପୁଣି ବିଜେଡିକୁ ଲାଗିଲା ବଡ଼ ଝଟକା

mahabharatanews

ଯୌତୁକ ପାଇଁ ଚାଲିଗଲା ନବବିବହିତା ବଧୂର ଜୀବନ

mahabharatanews