ଓଡିଶା

ମନରୁ ଲିଭି ନାହିଁ ବାତ୍ୟାର ଭୟ

ଗୋପ : ମେ ମାସ ଆସିଲେ ବାତ୍ୟା ଯେମିତି ଓଡିଶା ପାଇଁ ଅନାଇ ରହିଥାଏ । ଡହ ଡହ ଖରାରେ ବାତ୍ୟା ହୋଇ ଲୋକଙ୍କ ଧନଜୀବନ ନଷ୍ଟ କରିଚାଲିଯାଏ । ଏଭଳି ଅନେକ ବାତ୍ୟା ଯାଇଛି, ଯାହା ଏବେ ଲୋକଙ୍କ ମନରୁ ଲିଭିନାହିଁ । ଯେମିତି ହୁଡୁହୁଡୁ, ଫନି ତାଣ୍ଡବ ରଚିଥିଲା । ତାହା ଏପର୍ଯ୍ୟନ୍ତ କାହା ଭିତରୁ ଡର ଦୂର ହୋଇନି, କିନ୍ତ ପୁଣି ଆଉ ଏକ ବାତ୍ୟା ଲୋକ ମନରେ ଭୟର ବାତାରଣ ଖେଳାଇ ଦେଲାଣି । ଏପର୍ଯ୍ୟନ୍ତ ଫନିରେ କ୍ଷତି ହୋଇଥିବା ଲୋକଙ୍କ ଘରଦ୍ୱାର ଏବଂ ଫସଲ ନଷ୍ଟ କଥା ଭୁଲିନଥିବା ବେଳେ ଏନେ ସାମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲାର ଚାଷୀଙ୍କ ଭିତରେ ଛନକା ପସିଲାଣି । ସେପଟେ ବାତ୍ୟା ପୁରୀ ଓ ପାରାଦ୍ଵୀପ ମଧ୍ୟରେ ଲ୍ୟାଣ୍ଡଫଲ କରି କରିବ ବୋଲି ପୂର୍ବାନୁମାନ କର।ଯାଉଥିବା ବେଳେ ବାତ୍ୟା କୁ ମୁକାବିଲା କରିବା ଲାଗି ସଜାଗ ରହିଛି ଜିଲ୍ଲା ପ୍ରଶାସନ । ବିଶେଷକରି ପୁରୀ ଜିଲ୍ଲା ସତ୍ୟବାଦୀ ଲୋକେ ବାତ୍ୟା କୁ ନେଇ ଅ।ତଙ୍କିତ ଅବସ୍ଥା ରେ ଅଛନ୍ତି । ବାତ୍ୟା ଫନି ପୁରୀ ଜିଲ୍ଲାରେ ଲ୍ୟାଣ୍ଡ ଫଲ କରିଥିବା ବେଳେ ଜମିରୁ ଧାନ ,ପାନ,ମୀନ ସହିତ ବଡବଡ ଗଛ, ଘର ଦ୍ଵାର ଭାଙ୍ଗି ନଷ୍ଟ କରିଦେଇଥିଲା । ବାତ୍ୟା ଫନିରେ ଧ୍ଵସ୍ତ ବିଧସ୍ତ ହୋଇଯାଇଥିଲା ଏହି ଗରିବ ମାନଙ୍କର ଘର ଦ୍ଵାର ଓ ଜିବନ ଜୀବିକା । ବାତ୍ୟାର କିଛି ଦିନ ପରେ ମହାମାରୀ କୋରନା ସବୁଅ।ଡେ ହାହାକାର ସୃଷ୍ଟି କରିଥିବା ବେଳେ ବାତ୍ୟା ୟଶର ପ୍ରଭାବ ପୁରୀ ଜିଲ୍ଲାରେ ଯଦିଓ ସେଭଳି ପ୍ରଭାବ ବିସ୍ତାର କରି ପାରିନଥିଲା ତଥାପି ବାତ୍ୟା ନାମ ଶୁଣି ଭୟଭୀତ କରିଥିଲା। ମେ ତିନି ତାରିଖର ତାଣ୍ଡବ ର ପୁରୀ ଜିଲ୍ଲା ରେ ପରିସ୍ଥିତିକୁ ଏଭଳି ବିଗାଡିଥିଲା ଯେ ଅ।ଜି ପର୍ୟ୍ୟନ୍ତ ବାତ୍ୟା ବିପନ୍ନ ନିଜକୁ ସଳଖି ଛିଡା ହେବାରେ ଅସମର୍ଥ ହୋଇଛି । ଏବେ ପୁଣି ବାତ୍ୟା କୁ ଦେଖି ଭୟଭୀୟ ହୋଇ ପଡିଛନ୍ତି ଚାଷୀକୂଳ ।

ସତ୍ୟବାଦୀ ଗୋପ, କଣାସ, ନିମାପଡ଼ା ବ୍ଲକରେ ଅଧା ପାଚିଲା କଂଚା ଧାନକୁ ବାଧ୍ୟ ବାଧକତାରେ ଚାଷ ଜମିରେ ଚାଷୀ ଅମଳ କରିବାକୁ ବାଧ୍ୟ ହେଉଛି । ଚାଷୀ କଂଚା ଧାନକୁ ଚାଷ ଜମିରୁ ମେସିନ ସାହାର୍ୟ୍ୟ ରେ ଅମଳ କରିବାକୁ ଚେଷ୍ଟା ଜାରି ରଖିଛି । ଏକର ଏକର ଚାଷ ଜମିରି କଂଚା ଧାନ ଚାଷୀ ସମ୍ଭାବ୍ୟ ବାତ୍ୟା ଭୟରେ ଅମଳ କରିବାକୁ ବାଧ୍ୟ ହେଉଛି । ସେପଟେ ସମ୍ଭାବ୍ୟ ବାତ୍ୟା କୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିଛି, ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି ଅ।ବଶ୍ୟକତା ନାହିଁ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ପ୍ରତିବର୍ଷ ବାତ୍ୟା ବନ୍ୟା ଭଳି ଦୈବଦୁର୍ବିପାକ ଲୋକ ମାନଙ୍କର ଅ।ର୍ଥିକ ମେରୁଦଣ୍ଡ କୁ ଦୋହଲ୍ଲାଇ ଦେଉଥିବା ବେଳେ ସମ୍ଭାବ୍ୟ ବାତ୍ୟାପୁଣି ଲୋକ ମାନଙ୍କ ପାଇଁ କି ସମସ୍ୟା ନେଇ କରି ଅ।ସୁଛି ତାକୁ ନେଇ ଅ।ଶା ଅ।ଶଙ୍କାରେ ଲୋକେ ।

Related posts

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

mahabharatanews

ବଢ଼ିଲା ଗଣଶିକ୍ଷକଙ୍କ ଦରମା

mahabharatanews

ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ

mahabharatanews