ଓଡିଶା

ହିଂଜିଳିବ୍ଳକର ବିଜେପି ଓ କିଷାନ କଂଗ୍ରେସ ପକ୍ଷରୁ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୁଳ

(ରଜନିକାନ୍ତ ପାତ୍ର, ହିଞ୍ଜିଳି): ଅକ୍ଷୟ ତୃତୀୟା ଅବସରରେ ଗଂଜାମ ଜିଲ୍ଲା ବିଜେପି ଓ କିଷାନ କଂଗ୍ରେସ ପକ୍ଷରୁ ହିଂଜିଳିକାଟୁରେ ଅକ୍ଷିମୁଠି ଅନୁକୁଳ କରାଯାଇଛି । ହିଞିଳିକାଟୁ ପୁର୍ବତନ ନଗର ସଭାପତି ଶ୍ରୀ ମାଧବ ଗୌଡ ଧାନ ବିଲରେ ହଳଚଲାଇ ଧାନବୁଣି ଥୀଲେ କ୍ଷ ସେଇ ପରି ରାଜ୍ୟ କୃଷକ କଂଗ୍ରେସ ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ ଯୋଗ ଦେଇ ସେଠାରେ ଧାନ ବୁଣି ଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟାଇ, ରାଜ୍ୟ କିଷାନ କଂଗ୍ରେସ ସାଧାରଣ ସମ୍ପାଦକ ସାଇରାମ ପାତ୍ର, ବସନ୍ତ କୁମାର ପଟ୍ଟନାୟକ, ନାଗଭୁଷଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ଭୁତାଣୁ ସଂକ୍ରମଣ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ କୃଷି ଓ କୃଷକର ସୁବିିଧା ପାଇଁ ସୁଲଭ ମୂଲ୍ୟରେ କୀଟନାଶକ ଔଷଧ, ବିହନ, ସାର ଇତ୍ୟାଦି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତିକ୍ଷ

Related posts

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

mahabharatanews

ବ୍ୟାଙ୍କର ନାରାୟଣ ବଘୁଲଙ୍କ ଦେହାନ୍ତ

mahabharatanews

ଟେଟ୍ରା ପ୍ୟାକରେ ମିଳିବ 180 ml ମଦ

mahabharatanews