ଭାରତ

ଭୟଙ୍କର ରୂପରେ ଆସିବ ବିପର୍ଯ୍ୟୟ’ ,ଆହୁରି ବଢିବ ବେଗ

(ଦିଲ୍ଲୀ) :  ଶକ୍ତିଶାଳୀ ହେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପଯ୍ୟୟ’  । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ ,ତେବେ ଜୁନ ୧୧ରୁ ପବନର ବେଗ ହ୍ରାସ ପାଇବ। ପ୍ରଥମେ ପବନର ଘଣ୍ଟା ପ୍ରତି ବେଗ ୧୪୫ରୁ ୧୫୫ ରହିବ । ଏହାପରେ ପୁଣି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ପାକିସ୍ତାନରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି । ବିପର୍ଯ୍ୟୟ ଏବେ ଗୋଆ ଠାରୁ ୮୬୦ କିମି ଓ ମୁମ୍ବାଇଠାରୁ ୯୧୦ କିମି ଦୂରରେ ରହିଛି । କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରୁ ବାତ୍ୟା ଦୂରକୁ ଯାଉଥିଲେ ବି କିଛି ସ୍ଥାନରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି

Related posts

ପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତା

mahabharatanews

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

mahabharatanews

ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ

mahabharatanews