ଓଡିଶା

ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି, ଆସନ୍ତାକାଲି ଯାଏଁ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : ଭୀଷଣ ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା ବା ସ୍ଥଳଭାଗକୁ ପ୍ରବେଶ ପ୍ରକ୍ରିୟା ଜାରି ରହିଛି। ଏହା ଦକ୍ଷିଣ, ଦକ୍ଷିଣ- ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ତ୍ତମାନ ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ଲାଗି ରହିଛି। ଆଜି ରାତ୍ରିରୁ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ , ଲ୍ୟାଣ୍ଡଫଲ ପ୍ରକ୍ରିୟା ପରେ ବର୍ଷାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବଢିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତାହା ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲା ଗୁଡିକରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ସର୍ତକ ସୂଚନା ଥିବା ଜିଲ୍ଲାଗୁଡିକରେ ପବନର ବେଗ ୩୦-୪୦ କିମି ରହିବ। ସମୁଦ୍ର ମଧ୍ୟରେ

Related posts

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

mahabharatanews

ଜିନ୍ଦଲ ବିରୋଧରେ ଏକତ୍ରୀତ ୩ ପଞ୍ଚାୟତ

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews