(ମୁମ୍ବାଇ) : ଏବେ ଲାଇଟ ଲାଇମରେ ରହି ଆସିଛି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ । ଯାହା ସମଗ୍ର ବିଶ୍ୱରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଛି । ଫିଲ୍ମଟି ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ସାଉଁଟୁଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଅଭିନୟ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହାରି ମଧ୍ୟରେ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର । ଯାହା ହେଉଛି ଜାନୁଆରୀ ୧୪ କିମ୍ବା ୧୫ରୁ ଫିଲ୍ମ ଆନିମଲ୍ ନେଟଫ୍ଲିକ୍ସରେ ରିଲିଜ୍ ହେବାର ସୂଚନା ରହିଛି ।
ସୂଚନାନୁଯାୟୀ , ପ୍ରେକ୍ଷାଳୟରେ ଫିଲ୍ମଟି ଭଲ ବ୍ୟବସାୟ ମଧ୍ୟ କରୁଛି ହେଲେ ବର୍ତ୍ତମାନ ଯେଉଁ ମାନେ ଏହି ଫିଲ୍ମ ସିନେମା ହଲ ଯାଇ ଦେଖି ପାରି ନାହାଁନ୍ତି, ସେମାନେ ଫିଲ୍ମର ଓଟିଟି ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଫିଲ୍ମଟି କେବେ ଏବଂ କେଉଁ OTT ପ୍ଲାଟଫର୍ମରେ ରିଲିଜ୍ ହେବ । ଆନିମଲ୍ OTT ରାଇଟସ୍ ନେଟଫ୍ଲିକ୍ସ ପାଖରେ ରହିଛି । ବଲିଉଡ ଲାଇଭ ଅନୁଯାୟୀ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁୟାରୀ ମାସରୁ ଷ୍ଟ୍ରିମ ହୋଇପାରିବ। କୌଣସି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବାର ୪୫-୬୦ଦିନ ପରେ ଯେକୌଣସି OTT ରେ ମୁକ୍ତିଲାଭ କରିପାରିବ ।
