ଓଡିଶା

ପ୍ରବଳ ବର୍ଷାର ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

(ଭୁବନେଶ୍ୱର) :  ବାତ୍ୟା ମିଗଜୋମ ଦୁର୍ବଳ ହୋଇଛି । ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଗୋଟିଏ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ଗୋଟିଏ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍ । ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଜଣାଇଛି ଭାରତୀୟ ପାଣିପାଗ ବିଭାଗ ।

ସୂଚାନନଜୟୀ , ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଗଭୀର ଅବପାତ ପ୍ରଭାବରେ (ଭୀଷଣବାତ୍ୟା ମିଗଜୋମର ଅବଶିଷ୍ଠ ଅଂଶ) କିଛି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବାତ୍ୟା ‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ତେବେ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ।  ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୬ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Related posts

ଦେଶୀ ମଦ ଜବତ କଲା ପୋଲିସ ,୩ ଗିରଫ

mahabharatanews

ଆଜି ୨୪ ଘଣ୍ଟାରେ ୮୩,୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୬ ମୃତ

mahabharatanews

ଲୋୟର୍ ପିଏମଜିରେ ଅଙ୍ଗନବାଡି କର୍ମୀ

mahabharatanews

Leave a Comment