ଭାରତ

ବାତ୍ୟା‘ମୋକା : ଉଜୁଡିଗଲା ଜନଜୀବନ 

(ମିଆଁମାର୍) : ରବିବାର ଦିନ ସାମୁଦ୍ରିକ ବାତ୍ୟା ‘ମୋକା’ ଘଣ୍ଟାପ୍ରତି ୧୩୦ ମାଇଲ୍‌ ବେଗରେ ପ୍ରବାହିତ ବତାସ ଟିଣ ଛପର ଉଡ଼ାଇ ନେବା ସହିତ ଟେଲିଫୋନ୍‌ ଟାୱାର୍‌ ଭାଙ୍ଗି ତଳେ ପକାଇ ଦେଇଥିବା ବେଳେ ମିଆଁମାର୍‌ର ରାଖିନେ ପ୍ରଦେଶର ରାଜଧାନୀ ସିତ୍ତ୍ବେର ବହୁ ଅଞ୍ଚଳ ବର୍ଷା ଯୋଗୁଁ ଜଳମୟ ହୋଇଯାଇଥିଲା।

କିନ୍ତୁ, ବାଂଲାଦେଶର ତଳିଆ ଅଞ୍ଚଳରେ ଅବସ୍ଥିତ ଜନାକୀର୍ଣ୍ଣ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଏହି ବାତ୍ୟା ପ୍ରଭାବରୁ ମୁକ୍ତ ରହିଛି। ସତର୍କତାର ପଦକ୍ଷେପ ସ୍ବରୂପ ବାଂଲାଦେଶ ସରକାରୀ କର୍ତ୍ତୃପକ୍ଷମାନେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତରିତ କରିଥିଲେ।ମିଆଁମାର୍‌ରେ ଅତି ଉଗ୍ର ସାମୁଦ୍ରିକ ବାତ୍ୟା ‘ମୋଚା’ ଦୁର୍ବଳ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ କରିଛି।

Related posts

ଗିରଫ ହେଲେ ଶ୍ରମିକଙ୍କ ଉପରେ ପରିସ୍ରା ବିଜେପି ନେତା 

mahabharatanews

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି

mahabharatanews

ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

mahabharatanews