ଭାରତ

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

(ବାଂଲାଦେଶ) :  ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆଜି ବାଂଲାଦେଶ ଓ ମିଆଁମାର ଉପକୂଳରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା  ହୋଇଛି । ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ସାମୁଦ୍ରିକ ଝଡର ପିକ ଆୱାର ରହିବ ।

ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୮୦ ରହିଛି । ଅପରାହ୍ନ ୩ଟା ରେ ଏହା ଶୀଖର ବା ପିକ୍ ପଏଣ୍ଟରେ ରହିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୧୦ ରହିବ ବୋଲି ପୂର୍ବାନୁମାନ କରାଯାଉଚି । ପବନର ସର୍ବୋଚ୍ଚ ବେଗ ୨୪୦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।  ସେପଟେ ମିଆଁମାର ଉପକୂଳ ଅଞ୍ଚଳରେ ମୋଚା ପ୍ରଭାବରେ ପବନ ଓ ବର୍ଷା ଆରମ୍ଭ ହୋଇ ଗଲାଣି ।

Related posts

ଏହି ଗୀତ ପାଇଁ ୫ ବର୍ଷ ହେବ ଫିଜିଓ‌ଥେରାପି କରାଉଛନ୍ତି ନୋରା 

mahabharatanews

ବ୍ରିଜଭୂଷଣଙ୍କୁ ଆଶ୍ଵସ୍ତି; ମିଳିଲାନି କୌଣସି ପ୍ରମାଣ

mahabharatanews

 ଆଶାରାମ ବାପୁଙ୍କୁ ନାହିଁ ଆଶ୍ୱସ୍ତି 

mahabharatanews