ଭାରତ

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର 

(ଆଣ୍ଡାମାନ) : ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ । ଗତକାଲି ଅର୍ଥାତ ଗୁରୁବାର ରାତିରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ପୋର୍ଟବ୍ଲେୟାର୍‌ର ଦକ୍ଷିଣ ଦକ୍ଷିଣ-ପୂର୍ବକୁ ପ୍ରାୟ ୧୧୨ କିଲୋମିଟର୍‌ ଦୂରରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ପୂର୍ବରୁ ସୋମବାର ରାତି ୧୨:୫୩:୨୪ରେ ମଧ୍ୟ ଆଣ୍ଡାମାନ ଓ ନି‌କୋବର ଦ୍ବୀପପୁଞ୍ଜରେ ୪.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଥିଲା।

Related posts

ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

mahabharatanews

ଏହି କାରଣରୁ ବୃଦ୍ଧି ପାଇଛି ଟମାଟୋ ଦର

mahabharatanews

ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ୩୮ଜଣଙ୍କୁ ଫାଶୀ ଓ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

mahabharatanews