ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି ;୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଗତକାଲି ୫ ଶହ ଉପରେ ଥିଲା ବେଳେ ଆଜି ୫ ଶହ ତଳେ ରହିଛି। ଗତକାଲି ୫୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ବର ଜିଲ୍ଲାରୁ ୭ ଜଣ, ବରଗଡ଼ରୁ ୨, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୧୬ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧, ଗଜପତିରୁ ୬ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ, କନ୍ଧମାଳରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୧, କୋରାପୁଟ ଜିଲ୍ଲାରୁ ୯ ଜଣ, ମାଲକାନଗିରୁ ୧, ମୟୂରଭଞ୍ଜରୁ ୧୯ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ ଜିଲ୍ଲାରୁ ୧୫ ଜଣ, ନୂଆପଡ଼ାରୁ ୧୭, ପୁରୀରୁ ୨ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୩୬ ଜଣ, ସୋନପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ ଓ ଷ୍ଟେଟପୁଲରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୨, ୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୦୯, ୦୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୯୬୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related posts

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ, ୩୦ ଆହତ

mahabharatanews

ଆମ୍ବାଦଳା ଷ୍ଟେସନ ନିକଟରେ ମାଳବାହି ଟ୍ରେନର ୬ ବଗି ଲାଇନ ଚ୍ୟୁତ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୬୭ ନୂତନ ସଂକ୍ରମିତ ଚିହ୍ନଟ

mahabharatanews