ଓଡିଶା

ଥମୁନି ମୃତ୍ୟୁ ସଂଖ୍ୟା, ହାତୀ ମୃତଦେହ ଠାବ

(ସୁନ୍ଦରଗଡ଼) : ରାଜ୍ୟରେ ଥମିବାର ନା ନେଉନି ହାତୀ ମୃତ୍ୟୁ ସଂଖ୍ୟା । ଏହିକ୍ରମରେ ବଣାଇ ବନଖଣ୍ଡ କୋଇଡ଼ା ରେଞ୍ଜ ଅନ୍ତର୍ଗତ ଅରାଘାଟ ପାରମସାହି ନିକଟସ୍ଥ ଧାନ ବିଲ ପାର୍ଶ୍ବରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ତେବେ ହାତୀଟିର ବୟସ ୨୦ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ସୂଚନାନୁଯାୟୀ , ତେବେ ପାରିପାର୍ଶ୍ବିକ ସ୍ଥିତିରୁ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ପ୍ରତିଦିନ ଏହି ଜଙ୍ଗଲ ଦେଇ ହାତୀପଲ ଯାତାୟତ କରିଥାନ୍ତି। ଜଙ୍ଗଲ ପାଖକୁ ଲାଗିଥିବା ଧାନ ବିଲକୁ ଆସି ଧାନ ଖାଇଥାନ୍ତି।

Related posts

ରାଧାମୋହନ ଦେବ ସ୍କୁଲର ୧୯୯୮ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

mahabharatanews

ରାଜଧାନୀରେ ହାତୀ ଉପଦ୍ରଵ,ଭାଙ୍ଗିଲା ପାଚେରୀ

mahabharatanews

ଏନସିବିର ଡେପୁଟି ଡାରେକ୍ଟର ଜେନେରାଲ ଭାବେ ଆଇପିଏସ ସଂଜୟ ସିଂ  ନିଯୁକ୍ତ

mahabharatanews