Uncategorized

ରେଳ ଧାରଣାରୁ କର୍ଣ୍ଣାଟକ ବିଧାନ ପରିଷଦ ଡେପୁଟି ସ୍ପିକରଙ୍କ ମୃତଦେହ  ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମଙ୍ଗଲୁରର ରେଳ ଟ୍ରାକରେ ରାଜ୍ୟ ବିଧାନପରିଷଦର ଡେପୁଟି ସ୍ପିକର ଏସ ଏଲ ଧର୍ମେଗୌଡାଙ୍କ ମୃତଦେହ ମିଳିଛି । ଚିକମଙ୍ଗଲୁରର କଦୁର ନିକଟ ରେଳ ଟ୍ରାକରୁ ଧର୍ମେଗୌଡାଙ୍କ ମୃତଦେହ ପୁଲିସକୁ ମିଳିଛି । ମୃତଦେହ ନିକଟରୁ ଏକ ଆତ୍ମହତ୍ୟା ଚିଠି ମଧ୍ୟ ମଳିଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇଦେଇ ଘଟଣାର ଯାଞ୍ଚ କରିଛି ।
ଜେଡିଏସ ନେତା ଏସ ଏଲ ଧର୍ମେଗୌଡାଙ୍କ ମୃତଦେହ ଗତରାତି ପ୍ରାୟ ୨ଟା ସମୟରେ ଉଦ୍ଧାର ହୋଇଛି । ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଦୁଃଖ ବ୍ୟକ୍ତ କରିଛନ୍ତି । ଦେବଗୌଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖ ଓ ଆଶ୍ଚର୍ଯ୍ୟର କଥା କି ଡେପୁଟି ଚେୟାରମ୍ୟାନ ଆତ୍ମହତ୍ୟା କରିଛନ୍ତି । ସେ ଜଣେ ଉଚ୍ଚକୋଟିର ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ବଡ କ୍ଷତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟଦୁରପା ମଧ୍ୟ ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଏସ ଏଲ ଧର୍ମେଗୌଡା ବେଶ ଚର୍ଚ୍ଚାରେ ଥିଲେ, ଯେତେବେଳେ ତାଙ୍କୁ କଂଗ୍ରେସର ସଦସ୍ୟମ।।ନେ ଚୌକିରୁ ଟାଣି ବାହର କରିଥିଲେ ।

Related posts

ବନ୍ୟାଜଳରେ ଆସାମର ୨୦ ଜିଲ୍ଲା: ୬୬ ଜଣଙ୍କ ମୃତ୍ୟୁ

mahabharatanews

ତୃତୀୟ ବିଶ୍ୱ ଯୁଦ୍ଧ: ଋଷ ପ୍ରସ୍ତୁତ କରୁଛି ସର୍ବବୃହତ୍ତ ବୋମା

mahabharatanews

ଜଙ୍ଗଲ ବବଲ୍

mahabharatanews