Uncategorized

ଜଙ୍ଗଲ ବବଲ୍

(ମହାଭାରତ): ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି କିଛି ସମୟ ନିରୋଳାରେ କାଟିବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି । ପର୍ଯ୍ୟଟକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି ଉତ୍ତର ଥାଇଲାଣ୍ଡର ଚିୟାଙ୍ଗ ସାୟେନଠାରେ ଖୋଲିଛି ଏକ ନିଆରା ‘ପୋଡା’,ଯାହାର ନାଁ ରହିଛି ‘ଜଙ୍ଗଲ ବବଲ୍’ା ଥାଇଲାଣ୍ଡର ଅନନ୍ତରା ଗୋଲ୍ଡେନ ଟ୍ରାଏଙ୍ଗଲ ଏଲିଫ୍ୟାଣ୍ଟ କ୍ୟାମ୍ପ ଆଣ୍ଡ ରିସୋର୍ଟ ଦ୍ୱାରା ନିର୍ମିତ ହୋଇଥିବା ଏହି ‘ପୋଡ’ ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରରେ ଅବସ୍ଥିତ । ଘନ ଜଙ୍ଗଲରେ ମଧ୍ୟ ଏହି ପୋଡଗୁଡିକ ଦେଖିବାକୁ ଟ୍ରାନ୍ସପରେଣ୍ଟ । ତେଣୁ ପର୍ଯ୍ୟଟକମାନେ ଏହା ମଧ୍ୟରେ ବିଶ୍ରାମ ନେଲାବେଳେ ବାହାର ଦୃଶ୍ୟକୁ ବେଶ ମନଭରି ଉପଭୋଗ କରିପାରିବେ । କେବଳ ସେତିକି ନୁହେଁ ଏଠାରେ ରହଣୀ ସମୟରେ ପର୍ଯ୍ୟଟକମାନେ ହାତୀ ଏବଂ ଅନ୍ୟାନ୍ୟ ଜଙ୍ଗଲ ଜୀବଙ୍କୁ ସେମାନଙ୍କ ପ୍ରାକୃତିକ ଆବାସ ସ୍ଥଳୀରେ ସିଧାସଳଖ ଦେଖିବାର ସୁଯୋଗ ପାଇପାରିବେ । ଏହି ପୋଡ୍ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି । ଥାଇଲାଣ୍ଡର ଏହି ସ୍ଥାନ ପୂର୍ବେ ହାତୀ ଶିବିର ପାଇଁ ବେଶ ପ୍ରସିଦ୍ଧ ଥିଲା,ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି ଏକ ପୋଡ ସ୍ଥାପନ କରାଯାଇଛି ।

Related posts

ସିିଏଏ ହିଂସା: ୟୁପି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଜରୁରୀକାଳୀନ ବୈଠକ

mahabharatanews

ଚଳିତ ବର୍ଷ ମେ ୩ ମଧ୍ୟରେ ୬୪ ଆତଙ୍କୀ ଏନକାଉଣ୍ଟରରେ ନିହତ

mahabharatanews

ଏହି ଫିଲ୍ମରେ ଏକାଠି ନଜର ଆସିବେ ବାପା-ପୁଅ

mahabharatanews