ମୁମ୍ବାଇ: ବଲିଉଡ ତାରକାଙ୍କ ଡ୍ରଗ୍ସ ନିଶାର ଗୁମର ଖୋଲିଚାଲିଥିବା ବେଳେ ବର୍ତ୍ତମାନର ଆଗଧାଡିର ଅନେକ ତାରକା ଏନସିବି ସ୍କାନରରେ ଆସିଛନ୍ତି । ଏହି ଡ୍ରଗ୍ସ ଲିଙ୍କକୁ ନେଇ ବର୍ତ୍ତମାନର ୧ ନମ୍ବରର ତାରିକା ଦୀପିକା ପାଦୁକୋନ ଏନସିବି ସମନରେ ଆଜି ପୂର୍ବାହ୍ନ ୧୦ଟାରେ ଏନସିବି ଅଫିସରେ ପହଞ୍ଚିଛି । ଦୀପିକାଙ୍କ ଆପାର୍ଟମେଣ୍ଟରେ ମିଡିଆ କର୍ମୀ ତାଙ୍କୁ ଜଗିବସିଥିବା ବେଳେ କିନ୍ତୁ ଦୀପିକା ଲୁଚିଛପି ଏନସିବି ଅଫିସରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଜେରା କରାଯିବ । ତେବେ ଏହି ଜେରା କେତେ ସମୟ ହେବ ତାହାକୁ ନେଇ କିଛି କୁହାଯାଇ ନ ପାରେ ।
ଆଜି ସକାଳୁ ଦୀପିକାଙ୍କ ଘର ନିକଟରେ ଗଣମାଧ୍ୟମଗୁଡିକ ଭିଡ ଲଗାଇଥିବା ବେଳେ କିନ୍ତୁ ଦୀପିକା ବାହାରି ନ ଥିଲେ । ତାଙ୍କ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଠୁ ଜଣାପଡିଥିଲା, ଦୀପିକା ବଡି ଭୋରୁ ଘରୁ ବାହାରି ଯାଇଛନ୍ତି । ସେହିପରି ଏନସିବି ଅଫିସ ସମ୍ମୁଖରେ ମଧ୍ୟ ଗଣମାଧ୍ୟମ ତାଙ୍କୁ ଅପେକ୍ଷା କରିଥିବା ବେଳେ ଏକ ଛୋଟ ସାଧାରଣ କାରରେ ଦୀପିକା ଏନସିବି ଅଫିସରେ ପହଞ୍ଚି ଯାଇଥିଲେ । କେହି ଜାଣିପାରି ନ ଥିଲେ ଦୀପିକା ସେହି ଗାଡିରେ ଅଛନ୍ତି । ଡ୍ରଗ୍ସ ମାମଲାରେ ଦୀପିକାଙ୍କ ଚାଟ ଓ ଚାଟ ଗ୍ରୁପର ଆଡମିନି ଦୀପିକା ଥିବା କଥା କରିସ୍ମାଙ୍କଠାରୁ ଜଣାପଡିବା ପରେ ଏହି ମାମଲାରେ କରିସ୍ମାଙ୍କ ସମସ୍ୟା ବଢିଯାଇଛି । ଆଜି ଏନସିବି ଜେରାରେ ସେ କଣ କହୁଛନ୍ତି ଓ ଦୀପିକାଙ୍କ ମାଧ୍ୟମରେ ଆଉ କାହା ନାଁ ବାହାରକୁ ଆସୁଛି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି ।