ଭାରତ

ଶ୍ୱାସ ପାଇଁ ହନ୍ତସନ୍ତ ରାଜଧାନୀବାସୀ ,ଦୁଇ ଦିନ ସ୍କୁଲ ବନ୍ଦ 

(ଦିଲ୍ଲୀ)  :ଦେଶର ରାଜଧାନୀ ଦିଲ୍ଲୀର ପାଗ କ୍ରମାଗତ ଭାବେ ବଦଳୁଥିବା ବେଳେ ପରିସ୍ଥିତି ଭୟାନକ ହୋଇଯାଇଛି । ପରିସ୍ଥିତି ଏପରି ହୋଇଯାଇଛି ଯେ, ରାଜଧାନୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ପାଣିପାଗ ବିଶେଷଜ୍ଞମାନେ ସକାଳ ଓ ସନ୍ଧ୍ୟାରେ ବୁଲିବାକୁ ଯାଉଥିବା ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି କାରଣ ଏହି ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଥିପାଇଁ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ବିଦ୍ୟାଳୟଗୁ଼ଡିକୁ ଅନଲାଇନରେ ପାଠ ପଢିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ନିର୍ମାଣ କାର୍ଯ୍ୟକୁ କିଛି ଦିନ ବନ୍ଦ ରଖିବାକୁ କୁହାଯାଇଛି ।
ସୂଚନାନୁଯାୟୀ ,  ଆଜି ସକାଳେ ଦିଲ୍ଲୀରେ ପାଗ ଅତ୍ୟନ୍ତ ଖରାପ ରହିଛି । ସ୍ଥିସେହିପରି ଭଙ୍ଗାରୁଜା କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଚକ୍ରଧାରୀ ଶରଣ ସିଂହ ସେହିପରି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ହରିୟାଣାରୁ ଆସୁଥିବା ଡିଜେଲ ବସ୍ ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ । ବର୍ତ୍ତମାନ, ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ 34 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ 18 ଡିଗ୍ରୀ ରହିବ ଏବଂ ଦିନସାରା ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Related posts

କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତାକୁ କରିବାକୁ ଶଶୀ ଥରୁର ଆଗ୍ରହୀ

mahabharatanews

କାରଗିଲ୍ ବିଜୟ ଦିବସ: ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱିକାର କରିଥିଲା ପାକିସ୍ତାନ

mahabharatanews

ଭାଇଙ୍କ ପାର୍ଟିକୁ ୫ କୋଟି ଟଙ୍କା ଦେଲେ ସୁପରଷ୍ଟାର ଚିରଞ୍ଜୀବୀ

mahabharatanews