ଭାରତ

ଶାହାଙ୍କୁ z + ସୁରକ୍ଷା ମାଗିଲେ ବିଜେପି ନେତା

(ଛତିଶଗଡ) : ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ଶାସକ ବିଜେପିର ଦୁଇ ନେତାଙ୍କୁ ହତ୍ୟା କରାଯିବା ପରେ ଦଳର ଜିଲ୍ଲା ୟୁନିଟ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଦଳର ଅଧିକାରୀମାନଙ୍କୁ ‘z’ ବର୍ଗର ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ମାର୍ଚ୍ଚ ୭ରେ ବିଜେପିର ବିଜେପୁର ଜିଲ୍ଲା ୟୁନିଟ୍ ମୁଖ୍ୟ ଶ୍ରୀନିବାସ ମୁଦାଲିଆ ଶାହାଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନରେ ନକ୍ସଲମାନେ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି ।

ସୂଚନାନୁଯାୟୀ , ମୁଦାଲିଆର ନିଜ ପାଇଁ ଏବଂ ଜିଲ୍ଲା ୟୁନିଟ୍ ର ଅନ୍ୟ ୮ଜଣ ଅଧିକାରୀଙ୍କ ପାଇଁ ‘z’ ବର୍ଗର ସୁରକ୍ଷା ମାଗିଛନ୍ତି। ମାର୍ଚ୍ଚ ୨ରେ ଟଏନାର ଗାଁରେ ବିଜେପି ନେତା ତିରୁପତି କାଟଲାଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ। ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଇଥିବା ବେଳେ କାଟଲାଙ୍କୁ ଆକ୍ରମଣ କରାଯାଇଥିଲା। ମାର୍ଚ୍ଚ ୬ରେ କଟଲା ହତ୍ୟା ପରେ ଜିଲ୍ଲାର ଜଙ୍ଗଲା ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲମାନେ ଅନ୍ୟ ଜଣେ ନେତା କୈଲାଶ ନାଗଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ‘ମିସ୍ ୱାର୍ଲ୍ଡ-୨୦୨୪’ ହେଲେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା; ନିରାଶ ହେଲା ଭାରତ ଅମିତ ଶାହାଙ୍କୁ ଲେଖିଥିବା ଏକ ପତ୍ରରେ ମୁଦାଲିଅର ଲେଖିଛନ୍ତି ଯେ, ବିଜୁପୁର ଜିଲ୍ଲା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବିଜେପି ଅଧିକାରୀ ଏବଂ କର୍ମଚାରୀମାନେ ସର୍ବଦା ମୃତ୍ୟୁ ଭୟରେ ଥାଆନ୍ତି।

Related posts

୨୪ ଘଣ୍ଟାରେ ନିଷ୍ପତ୍ତି ବଦଳାଇଲେ ଅଖିଳେଶ ଯାଦବ

mahabharatanews

ସତର୍କ ସୂଚନା ଜାରି କଲା ଦିଲ୍ଲୀ ପୋଲିସ

mahabharatanews

୧୦ରେ ଖୋଲିବ ଶ୍ରୀ କେଦାରନାଥ ଧାମ

mahabharatanews