ଭାରତ

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କୋର୍ଟର ଦ୍ୱାରସ୍ଥ ହେଲା ଇଡି

 (ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେଉ ନଥିବାରୁ ଇଡି ପୁଣି କୋର୍ଟ ଦ୍ୱାରସ୍ଥ ହୋଇଛି । ଇଡିର ଦ୍ୱିତୀୟ ଅଭିଯୋଗ ପରେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏସ ସମନ ଜାରି କରିଛନ୍ତି । ଯେଉଁଥିରେ ୧୬ ମାର୍ଚ୍ଚରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ , ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲ ବାରମ୍ବାର ସମନକୁ ଅଣଦେଖା କରୁଥିବା ନେଇ ଇଡି କୋର୍ଟରେ ଦ୍ୱିତୀୟ ଅଭିଯୋଗ ଦାଖଲ କରିଛି । ଯାହା ଉପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବଂ ମାର୍ଚ୍ଚ ୧୬ ସୁଦ୍ଧା ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏହାପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ୮ଟି ସମନ ଜାରି କରିବା ସତ୍ତ୍ୱେ ସେ ଏଜେନ୍ସିରେ ହାଜର ହୋଇନାହାଁନ୍ତି ।

Related posts

ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

mahabharatanews

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ନୂଆ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ନେଇ ଅଜଣା ତଥ୍ୟ

mahabharatanews