ଭାରତ

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି : ସୁପ୍ରିମକୋର୍ଟଙ୍କ ରାୟ ପରେ ବିଦା ହେଲେ ସେବା ସଚିବ ଆଶିଷ ମୋରେ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ପ୍ରଶାସନିକ ନିଯୁକ୍ତି ଓ କ୍ଷମତା ଉପରେ ଦିଲ୍ଲୀ ସରକାରଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହି ରାୟ ପରେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ତାଙ୍କୁ ଅନ୍ୟ କୌଣସି ବିଭାଗକୁ ବଦଳି କରାଯାଇଛି ବା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସୁପ୍ରିମକୋର୍ଟ ରାୟ ଦେବା ପରେ ଦିଲ୍ଲୀ ସରକାର ପ୍ରଥମଥର ପାଇଁ ପ୍ରଶାସନିକ କ୍ଷେତ୍ରରେ ଏପରି ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟ ରାୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ସ୍ୱାଗତ କରିଥିଲେ।

Related posts

ଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନ

mahabharatanews

ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହାତ

mahabharatanews

ହରର ଫିଲ୍ମରେ ନଜର ଆସିବେ ପ୍ରଭାସ

mahabharatanews