ଭାରତ

 ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଭିଡ଼

(ଦିଲ୍ଲୀ) :  ଜାତୀୟ ରାଜଧାନୀକୁ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ପାଇଁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଯାତାୟାତ ପ୍ରଭାବିତ ହୋଇଛି। ଯମୁନା ଏକ୍ସପ୍ରେସ୍‌ୱେ, ଲୁହର୍ଲି ଟୋଲ ପ୍ଲାଜା ଏବଂ ମହାମାୟା ଫ୍ଲାଏଓଭର ଦେଇ ଟ୍ରାକ୍ଟରରେ ଚାଷୀମାନେ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଯୋଜନା କରିଛନ୍ତି। ଦିଲ୍ଲୀ ପୁଲିସ ସୀମାରେ ବ୍ୟାରିକେଡ୍ ଲଗାଇ ଚେକିଂକୁ ଜୋରଦାର କରିଛି।

ସୂଚନାନୁଯାୟୀ ,  ଦିଲ୍ଲୀରୁ ନୋଏଡା ଅଭିମୁଖେ ଚିଲ୍ଲା ସୀମାରେ ଆଜି ପ୍ରବଳ ଟ୍ରାଫିକ୍ ଭିଡ଼ ହୋଇଥିଲା। ଦିଲ୍ଲୀ-ନଏଡା ଏକ୍ସପ୍ରେସ୍‌ୱେରେ ମଧ୍ୟ ଭିଡ଼ ପ୍ରବଳ ଥିଲା। ଆଜି ସକାଳେ ଗୌତମବୁଦ୍ଧ ନଗର ପୁଲିସ କହିଛି ଯେ ଜାତୀୟ ରାଜଧାନୀ ଓ ନଏଡା ମଧ୍ୟରେ ଥିବା ସମସ୍ତ ସୀମାରେ ବାରିକେଡ୍‌ ଲଗାଇ ଦିଲ୍ଲୀ ପୁଲିସ ଓ ଜିଲ୍ଲା ପୁଲିସ ପକ୍ଷରୁ କଡ଼ା ଚେକିଂ କରାଯିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌କୁ ଡାଇଭର୍ଟ କରାଯିବ ବୋଲି କୁହାଯାଇଛି। ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ଓ ହରିୟାଣା ମଧ୍ୟରେ ସିଂଘୁ ଏବଂ ଟିକ୍ରି ସୀମାରେ ଟ୍ରାଫିକ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ସିଲ୍ ହେବାର ପ୍ରାୟ ଦୁଇ ସପ୍ତାହ ପରେ ଶନିବାର କର୍ତ୍ତୃପକ୍ଷ ସିଂଘୁ ଓ ଟିକ୍ରି ସୀମା ପଏଣ୍ଟକୁ ଆଂଶିକ ଭାବେ ଖୋଲିଥିଲେ।

Related posts

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews

ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି ; ୧୦,୬୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଏହି ୩ଦିନ ରାମଲାଲାଙ୍କ ଦର୍ଶନ ପାଇ ପାରିବେ ନାହିଁ ଶ୍ରଦ୍ଧାଳୁ 

mahabharatanews