(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀର ପାଗ କ୍ରମାଗତ ଭାବେ ବଦଳୁଥିବା ବେଳେ ପରିସ୍ଥିତି ଭୟାନକ ହୋଇଯାଇଛି । ପରିସ୍ଥିତି ଏପରି ହୋଇଯାଇଛି ଯେ, ରାଜଧାନୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ପାଣିପାଗ ବିଶେଷଜ୍ଞମାନେ ସକାଳ ଓ ସନ୍ଧ୍ୟାରେ ବୁଲିବାକୁ ଯାଉଥିବା ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି କାରଣ ଏହି ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଥିପାଇଁ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ବିଦ୍ୟାଳୟଗୁ଼ଡିକୁ ଅନଲାଇନରେ ପାଠ ପଢିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ନିର୍ମାଣ କାର୍ଯ୍ୟକୁ କିଛି ଦିନ ବନ୍ଦ ରଖିବାକୁ କୁହାଯାଇଛି ।
ସୂଚନାନୁଯାୟୀ , ଆଜି ସକାଳେ ଦିଲ୍ଲୀରେ ପାଗ ଅତ୍ୟନ୍ତ ଖରାପ ରହିଛି । ସ୍ଥିସେହିପରି ଭଙ୍ଗାରୁଜା କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଚକ୍ରଧାରୀ ଶରଣ ସିଂହ ସେହିପରି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ହରିୟାଣାରୁ ଆସୁଥିବା ଡିଜେଲ ବସ୍ ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ । ବର୍ତ୍ତମାନ, ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ 34 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ 18 ଡିଗ୍ରୀ ରହିବ ଏବଂ ଦିନସାରା ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।