(ଅଜିତ ସାହୁ/ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାରେ ଜଣେ ଦକ୍ଷ ପୋଲିସ ଅଧିକାରୀ ନିଯୁକ୍ତି ପାଇଁ ଆଜି ଜଳେଶ୍ୱର ବିଜେଡି ପକ୍ଷରୁ ଦାବି ହୋଇଛି । ଜଳେଶ୍ୱର ସହର ଏବେ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଏଠାରେ ରାହାଜାନୀ, ଛିନ୍ତାଇ, ହତ୍ୟାକାଣ୍ଡ, ଡକାୟତି ଭଳି ସଙ୍ଗୀନ ଅପରାଧିକ ମାମଲା ଅଧିକାଂଶ ସମୟରେ ଘଟୁଥିବାରୁ ସହରବାସୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଥାନାରେ ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନଗର ସଭାପତି ସୁର୍ଜିତ ଘୋଷଙ୍କ ନେତୃତ୍ୱରେ ଏଜ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଦାବି କରାଯାଇଛି । ସୂଚନା ଥାଉକି, ବ୍ରାଉନ ସୁଗାର ବ୍ୟବସାୟୀଙ୍କ ସହ କଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କର ଅର୍ଥ କାରବରା ସମ୍ପର୍କିୟ ଏକ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ପରେ ନିଲମ୍ବନ କରାଯାଇଥିଲା । ଏନେଇ ଜଳେଶ୍ୱର ବିଧାୟକ ଅଶ୍ୱନି କୁମାର ପାତ୍ର ଗତ ୧୮ ତାରିଖରେ ବାଲେଶ୍ୱର ଏସପି ଓ ଆଇଜିଙ୍କୁ ଭେଟିଥିଲେ । ଜଳେଶ୍ୱର ସହରକୁ ଧଳା ଜହର ମୁକ୍ତ କରି୍ବା ସହ ଏହି ମାମଲାରେ ଜଡିତ ଆଇଆଇସିଙ୍କ ସମେତ ଅନ୍ୟ ବ୍ୟକ୍ତିମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଏହାସହ ଜଣେ ଦକ୍ଷ, ସଚ୍ଚୋଟ ଆଇଆଇସିଙ୍କୁ ଜଳେଶ୍ୱର ଥାନାଧିକାରୀ ଭାବେ ନିଯୁକ୍ତି ଦେବା ପାଇଁ ଦାବି ହୋଇଥିଲା । ତେବେ ଘଟଣାକୁ ୧୫ ଦିନ ପୁରିଥିଲେ ମଧ୍ୟ ଏଯାଏ ଜଳେଶ୍ୱର ଥାନାରେ କୌଣସି ଥାନା ଅଧିକାରୀ ନିଯୁକ୍ତ ହୋଇନାହାନ୍ତି ।
previous post
