ଓଡିଶା

ରୋହିଙ୍ଗାଙ୍କୁ ହଟାଇବା ପାଇଁ ଉତ୍କଳ ଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବୀ ପତ୍ର ପ୍ରଦାନ

ଗତ ନଭେମ୍ବର ମାସରେ ଜଟଣୀରୁ ବଙ୍ଗଲାଦେଶୀ ରୋହିଙ୍ଗା ମାନଙ୍କୁ ହଟାଇବା ପାଇଁ ଜିଦ୍ ରେ ଅଟଳ ରହି ଉତ୍କଳ ଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଜଟଣୀ ଅତିରିକ୍ତ ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ନିଜର ଦାବୀ ପତ୍ର ପ୍ରଦାନ କରିଥିଲେ । ଉତ୍କଳ ଭାରତୀୟ ଶ୍ରମିକ ସଙ୍ଗଠନ ଆଶା ମନ୍ଧ୍ୟ ରଖିଥିଲା ପ୍ରଶାସନିକ ଅଧିକାରୀ ମାନେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି । ଦାବୀ ପତ୍ର ଦେବାର କିଛି ଦିନ ପରେ ଜଟଣୀ ପୋଲିସ୍ ଏବଂ ସ୍ପେଶାଲ ସ୍କାର୍ଡ ମିଳିତ ଭାବେ ବିଭିନ୍ନ ଜାଗାରେ ଚଢ଼ାଉ କରି କିଛି ମୁର୍ଶିଦାବାଦ ର ଯୁବକଙ୍କୁ ଚିହ୍ନଟ କରିବା ସହ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରୀ ରଖିଛି । ସମ୍ପୂର୍ଣ୍ଣ ଭାବେ ବଙ୍ଗଲାଦେଶୀ ରୋହିଙ୍ଗା ହଟାଇବା ଉଦ୍ଦେଶ୍ଯରେ ଆଜି ପୁନଃବାର ଉତ୍କଳ ଭାରତୀୟ ଶ୍ରମିକ ସଙ୍ଗଠନ ଏକାଠି ହୋଇ ବଙ୍ଗଲାଦେଶୀ ରୋହିଙ୍ଗା ହଟାଓ ଓଡ଼ିଆ ଏକ୍ ହୁଅ ନାରା ଦେଇ ଡ଼ମୁଁଣେଇ ମନ୍ଦିରରୁ ଏକ ପଦଯାତ୍ରା ଆରମ୍ଭ କରି ଜଟଣୀର ବିଭିନ୍ନ ମାର୍କେଟ୍ ପର୍ଯ୍ୟନ୍ତ ବୁଲିଥିଲେ । ଯୋଉ ପର୍ଯ୍ୟନ୍ତ ବଙ୍ଗଲାଦେଶୀ ରୋହିଙ୍ଗା ନ ହଟିଛନ୍ତି ସେ ପର୍ଯ୍ୟନ୍ତ ଏଭଳି ଅଭିଯାନ ଜାରୀ ରହିବ ବୋଲି ସଙ୍ଗଠନର ମୂଖ୍ୟ ଉପଦେଷ୍ଟା ରମେଶ କୁମାର ଦାସ କହିଛନ୍ତି ।

Related posts

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews

ଆଜିଠୁ ୩ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

mahabharatanews

ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ

mahabharatanews