ଭୁବନେଶ୍ୱର (ରିପୋର୍ଟସ ଟୁଡେ) : ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଙଈଉ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସାହୁ ଏହି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ପଛୁଆ ବର୍ଗଙ୍କ ଯୋଜନା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। କେନ୍ଦ୍ର ମନା କଲା ପରେ ଜାନୁଆରୀ କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଜନଗଣନା ପାରିତ ହୋଇଥିଲା। ଙଈଉ କମିଶନ ଗଠନ ହେଲା। ଓବିସି ଜନସଂଖ୍ୟାରୁ ଅଧେ। ହେଲେ ଅଧା ସଂରକ୍ଷଣ ବି ମିଳିନି। କାରଣ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପଛୁଆ ବର୍ଗ ୯୪ ପ୍ରତିଶତ। ତେଣୁ ଅନ୍ୟ ରାଜ୍ୟ ସହ ତୁଳନା ଠିକ ନୁହେଁ।
ଏହି ସଂରକ୍ଷଣ ସୀମା ଉଠାଇବା ସମୟର ଆହ୍ୱାନ। ସଂସଦରେ ପ୍ରାୟ ସବୁ ଦଳ ଏହି କଥା ଉଠାଇଛନ୍ତି। ୨୦୨୧ରେ ଜନଗଣନା ଅଛି। ତେଣୁ ସ୍ୱର ଆହୁରି ଉଠିଲାଣି। ବିଜେଡି ସାଂସଦମାନେ ଏ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ଅନ୍ୟ ମୁଖ୍ୟମନ୍ତ୍ରୀ ବି ନବୀନ ପଟ୍ଟନାୟକଙ୍କୁ ସମର୍ଥନ କଲେଣି। ଏପରିକି ବିଜେପି ମେଣ୍ଟ ଦଳ ବି ନବୀନଙ୍କ ସହ ସ୍ୱର ମିଶାଇଛନ୍ତି। ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇଛନ୍ତି।
ସେହିଭଳି ଏନଡିଏରେ ଥିବା ଅନେକ ଦଳ ଜାତିଭିତ୍ତିକ ଜନଗଣନାକୁ ସବୁଜ ସଂକେତ ଦେଇଛନ୍ତି। ଖୋଦ୍ ବିହାର ମନ୍ତ୍ରୀମଣ୍ଡଳରେ ଥିବା ବିଜେପି ନେତା ମଧ୍ୟ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି। କିନ୍ତୁ ଏପ୍ରସଙ୍ଗରେ ରାଜ୍ୟ ବିଜେପି ଚୁପ୍ ରହିବା ସୂଚାଉଛି ଯେ, ରାଜ୍ୟ ବିଜେପି ପଛୁଆବର୍ଗଙ୍କ ବିକାଶ ବିରୋଧୀ। ତେଣୁ ବାସ୍ତବରେ ପଛୁଆବର୍ଗଙ୍କ ବିକାଶ ରାଜ୍ୟ ବିଜେପି ଚାହୁଁଥାଏ, ତେବେ ଅନ୍ୟ ଦଳ ଭଳି କାନ୍ଧରେ କାନ୍ଧ ମିଳାଇ ଏହି ଦାବିକୁ ଦିଲ୍ଲୀ ଦରବାରରେ ଉଠାଇବାକୁ ପରାମର୍ଶ ଦେଇଛି ବିଜେଡି । ବିଜେଡି ଦାବି କରିଛ, ଜାତିଭିତ୍ତିକ ଜନଗଣନା ୫୦ ପ୍ରତିଶତ ସଂରକ୍ଷଣ ସୀମା ଉଠାଯାଉ। ଏପରି ହେଲେ ପଛୁଆ ବର୍ଗ ଯିଏ ଦେଶକୁ ଖାଦ୍ୟ ଦେଇଛନ୍ତି, ସେମାନଙ୍କୁ ନ୍ୟାୟ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି। ଏହାକୁ ଦୀର୍ଘମିଆଦି ସୂତ୍ରରେ କାର୍ୟ୍ୟକାରୀ କରିବାକୁ ଦାବି ରଖିବା ସହ ବିଜେପି କାହିଁକି ଏହା କରୁନି ବୋଲି ପ୍ରଶ୍ନ କରିଛି ବିଜେଡି।
