ଓଡିଶା

ଘନେଇବାରେ ଲାଗିଛି ଡେଙ୍ଗୁ ; ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୧୭ ଆକ୍ରାନ୍ତ  ଚିହ୍ନଟ 

(ଭୁବନେଶ୍ୱର) :  ଦିନକୁ ଦିନ ରାଜଧାନୀରେ ଘନେଇବାରେ ଲାଗିଲାନି ଡେଙ୍ଗୁ ଆତଙ୍କ । ଭୟଭୀତ ହେଲେଣି ରାଜଧାନୀବାସୀ । ଏହି ସମୟରେ ଆଉ ଜଣେ ଡେଙ୍ଗୁ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗତକାଲି ଡେଙ୍ଗୁରେ ଜଣେ ୭  ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି ।  ୨୦ ଜିଲ୍ଲାରୁ ୧୮  ହଜାର ୧୨୪  ନମୂନା ପରୀକ୍ଷା କରାଯାଇଥିଲା । ସେଥିରୁ ୫୫୩ ପଜିଟିଭ ଆସିଛି । ବିଏମସି ଏବଂ ସିଏମସି ସହ ସହଯୋଗ ରଖି ଟିମ୍ କାମ କରୁଛନ୍ତି । ପରିସ୍ଥିତି ଉପରେ ନଜର ରଖି ପ୍ରତିକାର ପାଇଁ କାମ କରାଯାଉଛି । ଗତ ୨୪ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳରେ ଅତି କମରେ ୧୭ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି ।

ସୂଚନାନୁଯାୟୀ ,   ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୨ ବର୍ଷ ବୟସ୍କା ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଡେଙ୍ଗୁ ଜନିତ ମୃତ୍ୟୁ ନା ନୁହେଁ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ‘ଆମେ ଏ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ପାଇନାହୁଁ । ଯାଞ୍ଚ ପାଇଁ ଟିମ ଯାଇଛନ୍ତି । ଯାଞ୍ଚ ପରେ ଏ ନେଇ ସ୍ପଷ୍ଟ କରିବୁ ।’

Related posts

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ

mahabharatanews

ଢେଙ୍କାନାଳ ଜିଲ୍ଲାରେ ଲକଡାଉନ୍

mahabharatanews

ପ୍ରଥମ ବର୍ଷାରେ ତୁରୀ ନଦୀ ପୋଲ ଭୁଶୁଡିଲା

mahabharatanews