ଓଡିଶା

ମୁଣ୍ଡ ଟେକୁଛି ଡେଙ୍ଗୁ; ଖୋର୍ଦ୍ଧାରେ ସର୍ବାଧିକ ୨୨୩୩ ଆକ୍ରାନ୍ତ 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ । ବିଶେଷକରି ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ଟପିଗଲାଣି। ଡେଙ୍ଗୁକୁ ନେଇ ଖୋଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ତଥାପି  ରାଜ୍ୟରେ ଡେଙ୍ଗୁ ସ୍ଥିତି ଅତ୍ୟନ୍ତ ସଙ୍ଗିନ୍ ରହିଛି। ଦୈନିକ ୨ଶହ ଉପରେ ରୋଗୀଙ୍କୁ ଚିହ୍ନଟ କରାଯାଉଛି।

ସୂଚନାନୁଯାୟୀ , ଗତ ୧୦ ତାରିଖରେ ରାଜ୍ୟରେ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧ ତାରିଖରେ ୨୪୦ଜଣଙ୍କୁ ଚିହ୍ନଟ କରାଯାଇଛି। ଅର୍ଥାତ୍ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟର ୯ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି। ରାଜ୍ୟରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୨୩୩ଜଣ ଆକ୍ରାନ୍ତ ବାହାରିଛନ୍ତି।  ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୩୩୭କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୩୧୩୬ ଡେଙ୍ଗୁ ରୋଗୀ ବାହାରିଥିଲେ।

Related posts

୧୦ ଡିଗ୍ରୀ ତଳେ ୧୪ଟି ସହର

mahabharatanews

ଘୋଡାହାଡ ଡ୍ୟାମର ମୁଖ୍ୟ ଦ୍ୱାର ପୂଜା

mahabharatanews

ମୃତକଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଢାଇଲେ ସରପଞ୍ଚ ଓ ସାଂସଦ ପ୍ରତିନିଧି

mahabharatanews