(ଜୟନ୍ତ କୁମାର ସେଠୀ/ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ପୁରୀ ଜିଲ୍ଲା ଅବକାରୀ ବିଭାଗ ଆଜି ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ପଞ୍ଚାୟତର ଷୋଳହଳ ଗାଁରେ ଦେଶୀ ମଦ କାରବାର ହେଉଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଅବକାରୀ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରୁ ପ୍ରାୟ ୯୦୦ ଲିଟର ଦେଶୀ ମଦ ସହିତ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଥିଲେ । ଏଥିରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଉପନ ପହଣ୍ଡା, କୁନି ବେହେରା , ଲକ୍ଷ୍ମୀଧର ବେହେରା, ବାନାମ୍ବର ବେହେରା, ସୁଦର୍ଶନ ବେହେରା ଓ ଦୁର୍ୟ୍ୟୋଧନ ବେହେରା ବୋଲି ଜଣାପଡିଛି।
