ଓଡିଶା

ମହାଶିବରାତ୍ରିରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ଅନୁଗୋଳର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳଠାରୁ ଭକ୍ତମାନେ ବିଭିନ୍ନ ଶୈବପୀଠରେ ଜଳ ଅର୍ପଣ ଏବଂ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଥିଲା । ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କ ପାଇଁ, ଭଲରେ ଦର୍ଶନ ପାଇଁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥିଲା । ଦର୍ଶନ ପାଇଁ  ବ୍ୟାରିକେଡ୍ ତିଆରି କରାଯିବା ସହିତ ଭକ୍ତମାନେ ଜଳ ଅର୍ପଣ କରିବା ପାଇଁ ଧାଡ଼ିରେ ଠିଆ ହୋଇ ମନ୍ଦିରରେ ପ୍ରବେଶ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଏଥିସହିତ ସୁରକ୍ଷା ପାଇଁ ପୋଲିସ୍ କର୍ମଚାରୀଙ୍କ ସହିତ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି । ରାତ୍ରି ସମୟରେ ଶ୍ରଦ୍ଧାଳୁ ମାନେ ପ୍ରଦୀପ ପ୍ରଜ୍ଵଳନ ପାଇଁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ବ୍ୟବସ୍ଥା କରା ଯାଇଥିଲା । ଏହି ଅବସରରେ କାଣ୍ଡସର ସ୍ଥିତ ବାବା କପିଳେଶ୍ୱର ମନ୍ଦିର, କନ୍ୟାବେଡ଼ା ସ୍ଥିତ ବାବା କଳ୍ପେଶ୍ୱର ମନ୍ଦିର, ବଳରାମ ପ୍ରସାଦ ସ୍ଥିତ ବାବା ସିଦ୍ଧେଶ୍ୱର ଓ ବାବା ଐଶ୍ୱନେଶ୍ୱର ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Related posts

ପାର୍ବଣ ପାଇଁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

mahabharatanews