ବ୍ରହ୍ମପୁର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ମୁଖ୍ୟ ଅଭିଯୁକ୍ତ ବୋଲି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରିବା ସହ କାହିଁ ତାଙ୍କୁ ଜେରା କରାଯାଉନାହିଁ ବୋଲି ଅଭିଯୋଗ କରି ଆସୁଥିଲେ । ଶେଷରେ ଆଜି ପୁଲିସ ଡିଏଫଓଙ୍କୁ ଜେରା କରିବା ଆରମ୍ଭ କରିଛି । ଏସଡିପିଓ ଓ ଆଇଓ ତଥା ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଆଜି ପାରଳାଖେମୁଣ୍ଡି ସ୍ଥିତ ଡିଏଫଓଙ୍କ କାର୍ୟ୍ୟାଳୟରେ ପହଞ୍ଚି ତାଙ୍କୁ ଜେରା ଆରମ୍ଭ କରିଛନ୍ତି ।
ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭ ମିଶି ସୌମ୍ୟଙ୍କୁ ମାରିଥିବା ନେଇ ସୌମ୍ୟଙ୍କ ପରିବାର ପକ୍ଷରୁ ପ୍ରାରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା । ତାଙ୍କ ପରିବାର ବର୍ଗ ଅଭିଯୋଗ ଆଣିଥିଲେ କି, ଡିଏଫଓ ତଥା ବିଦ୍ୟାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା । ସୌମ୍ୟଙ୍କୁ ରାସ୍ତାରୁ ହଟାଇବା ପାଇଁ ଡିଏଫଓ ଓ ବିଦ୍ୟାଙ୍କୁ ତାଙ୍କ ଷଡଯନ୍ତ୍ରରେ ରୋଷେୟା ସହାୟତା କରିଥିବା ଅଭିଯୋଗ ହୋଇଆସୁଥିଲା । କାହିଁ ଡିଏଫଓଙ୍କୁ ତଦନ୍ତପରିସରଭୁକ୍ତ କରାଯାଉନାହିଁ ବୋଲି ପ୍ରଶ୍ନ କରୁଥିଲେ ପରିବାର ବର୍ଗ ।