ରାଜନୀତି

ସାଂସଦ ଶାନ୍ତନୁ ସେନ୍ ମୌସୁମୀ ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ: ଟିଏମସି ସାଂସଦ ଶାନ୍ତନୁ ସେନ୍ ନିଲମ୍ବିତ। ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଅଧିବେଶନର ବାକି କାର୍ଯ୍ୟଦିବସରେ ଯୋଗଦେଇ ପାରିବେ ନାହିଁ ସେନ । ମନ୍ତ୍ରୀଙ୍କ ବିବୃତ୍ତି ପାଠ ବେଳେ ତାଙ୍କ କାଗଜ ଛଡାଇ ନେଇ ଚିରିଦେଇଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତକାଲି ରାଜ୍ୟସଭାରେ ପେଗାସସ ପ୍ରସଙ୍ଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତ୍ତି ପାଠ କରୁଥିଲେ। ସେହି ସମୟରେ ସେନ ବୈଷ୍ଣବଙ୍କଠାରୁ କାଗଜ ଛଡାଇ ନେଇ ଚିରିଦେଇ ଫୋପାଡି ଦେଇଥିଲେ । ଗୃହ ମଧ୍ୟରେ ସାଂସଦଙ୍କ ଏପରି ଆଚରଣ ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ କିନ୍ତୁ ଟିଏମସି ଏହାକୁ ବିରୋଧ କରିଛି । ।
ଆଜି ରାଜ୍ୟସଭା ଆରମ୍ଭରେ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା ସମ୍ପର୍କରେ କହିଥିଲେ, ଗୃହରେ ଏପରି ଆଚରଣକୁ ଗ୍ରହଣ କରାଯିବ ନାହିଁ । ଏଭଳି ବ୍ୟବହାର ଗଣତନ୍ତ୍ରର ଗାରିମା ନଷ୍ଟ କରିଛି। ତେଣୁ ମୌସୁମୀ ଅଧିକବେଶନ ଅବଶିଷ୍ଟ ଦିନ ପାଇଁ ସାଂସଦଙ୍କୁ ନିଲମ୍ୱନ କରାଯାଉଛି ।

 

Related posts

ଦୁଇ ମନ୍ତ୍ରୀଙ୍କ ଦାୟିତ୍ୱରେ ରାଜସ୍ୱମନ୍ତ୍ରୀ

mahabharatanews

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇ”

mahabharatanews

ଦେଶରେ ୪୫ ଆସନରେ ହେବ ଉପନିର୍ବାଚନ

mahabharatanews